ଭୁବନେଶ୍ୱର, ଡିସେମ୍ବର ୨୦ (ଲୋକାଲ ୱାୟାର) : ରାଜ୍ୟରେ ରବିବାର ଆଉ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୧, ୬୪୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡରୁ ୩୬, ଭଦ୍ରକରୁ ୨୧, କଟକରୁ ୨୧, ବାଲେଶ୍ଵରରୁ ୨୦, ଅନୁଗୁଳରୁ ୧୮, ମୟୂରଭଞ୍ଜରୁ ୧୮, ବରଗଡରୁ ୧୭, କଳାହାଣ୍ଡିରୁ ୧୫, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ନୂଆପଡାରୁ ୧୨ ଓ ସମ୍ବଲପୁରରୁ ୧୦ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଯାଜପୁରରୁ ୯, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୮, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୫, ଦେବଗଡରୁ ୩, ଢେଙ୍କାନାଳରୁ ୩, ରାୟଗଡାରୁ ୩, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨ ଓ ସୋନପୁରରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୧୩ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୬,୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୩୬ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply