ଭୁବନେଶ୍ୱର, ଡିସେମ୍ବର ୧୬ (ଲୋକାଲ ୱାୟାର) : ରାଜ୍ୟରେ ବୁଧବାର ଆଉ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୦, ୨୦୮ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୪୩, ସୁନ୍ଦରଗଡ଼ରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡ଼, ଭଦ୍ରକ ଓ ବଲାଙ୍ଗିରରୁ ୧୯ ଜଣ ଲେଖାଏଁ, ପୁରୀରୁ ୧୮, ନୂଆପଡ଼ାରୁ ୧୬, ବାଲେଶ୍ୱରରୁ ୧୫ ଓ କେନ୍ଦୁଝରରୁ ୧୩ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ସମ୍ବଲପୁରରୁ ୧୧, ଝାରସୁଗୁଡ଼ାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ, ଗଞ୍ଜାମ ଓ ନବରଙ୍ଗପୁରରୁ ୫ ଜଣ ଲେଖାଏଁ, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳ, ଗଜପତି ଓ କୋରାପୁଟରୁ ୨ ଜଣ ଲେଖାଏଁ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୪,୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୨୦ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply