ଭୁବନେଶ୍ୱର, ଡିସେମ୍ବର ୧୯ (ଲୋକାଲ ୱାୟାର) : ରାଜ୍ୟରେ ଶନିବାର ଆଉ ୩୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୧, ୩୦୯ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡାରୁ ୨୦, ବାଲେଶ୍ଵରରୁ ୧୯, ବରଗଡରୁ ୧୮, ଅନୁଗୁଳରୁ ୧୭, କଳାହାଣ୍ଡିରୁ ୧୭, ମୟୂରଭଞ୍ଜରୁ ୧୭, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, ରାୟଗଡାରୁ ୧୩ ଓ ବଲାଙ୍ଗୀରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୬, ମାଲକାନଗିରିରୁ ୬, ଭଦ୍ରକରୁ ୪, ବୌଦ୍ଧରୁ ୪, ନୟାଗଡରୁ ୩, ନୂଆପଡାରୁ ୩, ଦେବଗଡରୁ ୨, ଢେଙ୍କାନାଳରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ଗଜପତିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୯ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୫,୮୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୩୨ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply