ଭୁବନେଶ୍ୱର, ଡିସେମ୍ବର ୧୮ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୦, ୯୪୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବାଲେଶ୍ଵରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗୀରରୁ ୧୪, କଳାହାଣ୍ଡିରୁ ୧୩ ଓ କେନ୍ଦ୍ରାପଡାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଜଗତସିଂହପୁରରୁ ୯, ଗଞ୍ଜାମରୁ ୭, ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧ ଓ ନୟାଗଡ଼ରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୧୧ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୫,୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୨୯ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply