ଭୁବନେଶ୍ୱର, ଡିସେମ୍ବର ୨୯ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୩୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୪, ୭୭୫ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୫୨, ଝାରସୁଗୁଡ଼ାରୁ ୩୬, ଖୋର୍ଦ୍ଧାରୁ ୩୫, ଅନୁଗୁଳରୁ ୩୨, କଟକରୁ ୨୬, ନୂଆପଡ଼ରୁ ୨୫, ପୁରୀରୁ ୨୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୮, ବଲାଙ୍ଗିରରୁ ୧୫, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡ଼ାରୁ ୧୩, ଯାଜପୁରରୁ ୧୨, ବରଗଡ଼ରୁ ୧୦, କେନ୍ଦୁଝରରୁ ୧୦, କଳାହାଣ୍ଡିରୁ ୭, ଜଗତସିଂହପୁରରୁ ୬, ନବରଙ୍ଗପୁରରୁ ୪, ଦେବଗଡ଼ରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୟାଗଡ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୯, ୦୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୬୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply