ଭୁବନେଶ୍ୱର, ସେପ୍ଟେମ୍ବର ୧୬ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧ ହଜାର ୩୨୦ କରୋନା ନମୁନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି ।
ଆରଟିପିସିଆରରେ ୯ ହଜାର ୦୦୬, ଆଣ୍ଟିଜେନରେ ୪୨ ହଜାର ୨୦୨ ଓ ଟ୍ରୁନଟ୍ ମାଧ୍ୟମରେ ୧୧୨ଟି ଟେଷ୍ଟ କରାଯାଇଛି ।
ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୫ ଲକ୍ଷ ଟପିଛି ।
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଦୈନିକ ୪୦ରୁ ୫୦ ହଜାର କୋଭିଡ୍ ଟେଷ୍ଟ କରାଯାଉଛି ।
ଲୋକାଲ ୱାୟାର
Leave a Reply