ଭୁବନେଶ୍ୱର, ସେପ୍ଟେମ୍ବର ୧୭ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧ ହଜାର ୮୨୪ କରୋନା ନମୁନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି ।
ଆରଟିପିସିଆରରେ ୯ ହଜାର ୩୫୨, ଆଣ୍ଟିଜେନରେ ୪୨ ହଜାର ୩୬୬ ଓ ଟ୍ରୁନଟ୍ ମାଧ୍ୟମରେ ୧୦୬ଟି ଟେଷ୍ଟ କରାଯାଇଛି ।
କେନ୍ଦ୍ରାପଡ଼ାରେ ସର୍ବାଧିକ ୪,୬୬୬ ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୪ ହଜାର ୪୫୯ ଜଣଙ୍କର ନମୁନା ପରୀକ୍ଷା ହୋଇଛି ।
ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୬ ଲକ୍ଷ ଟପିଛି ।
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଦୈନିକ ୪୦ରୁ ୫୦ ହଜାର କୋଭିଡ୍ ଟେଷ୍ଟ କରାଯାଉଛି ।
ଲୋକାଲ ୱାୟାର
Leave a Reply