ଭୁବନେଶ୍ୱର, ସେପ୍ଟେମ୍ବର ୨୫ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨ ହଜାର ୮୮୨ କରୋନା ନମୁନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି ।
ଆରଟିପିସିଆରରେ ୮ ହଜାର ୨୭୫, ଆଣ୍ଟିଜେନରେ ୪୪ ହଜାର ୫୧୪ ଓ ଟ୍ରୁନଟ୍ ମାଧ୍ୟମରେ ୯୩ଟି କରୋନା ନମୁନା ଟେଷ୍ଟ କରାଯାଇଛି ।
କେନ୍ଦ୍ରାପଡ଼ାରେ ୪,୫୧୯ ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମରେ ୪,୬୬୬, ମୟୂରଭଞ୍ଜରେ ୪ ହଜାର ୫୬୯ ଓ କେନ୍ଦୁଝରରେ ୫ ହଜାର ୨୧୧ ନମୁନା ଟେଷ୍ଟ ହୋଇଛି ।
ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୯ ଲକ୍ଷ ଟପିଛି ।
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଇ ପୂର୍ବରୁ ପ୍ରତିଦିନ ୫୦ ହଜାର ନମୁନା ପରୀକ୍ଷା କରୁଥିବା ବେଳେ ଗତ କିଛି ଦିନ ହେବ ରାଜ୍ୟରେ ୪୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଥିଲା । ଗତ ୨୪ ଘଣ୍ଟାରେ ପୁଣି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।
ଲୋକାଲ ୱାୟାର
Leave a Reply