ଭୁବନେଶ୍ୱର, ଅଗଷ୍ଟ ୩୧ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ହଜାର ୮୭୭ କରୋନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି ।
ଆରଟିପିସିଆରରେ ୫ ହଜାର ୯୯୪, ଆଣ୍ଟିଜେନରେ ୫୧ ହଜାର ୭୦୭ ଓ ଟ୍ରୁନଟ୍ ମାଧ୍ୟମରେ ୧୭୬ଟି ଟେଷ୍ଟ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧,୬୦୭ କରୋନା ଟେଷ୍ଟ ହୋଇଛି ।
ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୭ ଲକ୍ଷ ଟପିଛି ।
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି । ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି ।
ଲୋକାଲ ୱାୟାର
Leave a Reply