ଭୁବନେଶ୍ୱର, ଅଗଷ୍ଟ ୨୪ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି ।
ଆରଟିପିସିଆରରେ ୭ ହଜାର ୪୯୦, ଆଣ୍ଟିଜେନରେ ୫୩ ହଜାର ୨୯୫ ଓ ଟ୍ରୁନଟ୍ ମାଧ୍ୟମରେ ୧୨୪ଟି ଟେଷ୍ଟ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯, ୨୧୯ କରୋନା ଟେଷ୍ଟ ହୋଇଥିବାବେଳେ କେନ୍ଦ୍ରାପଡ଼ାରୁ ୮୮୬୪ ଓ ଗଞ୍ଜାମରୁ ୮୬୪୪ ଟେଷ୍ଟ ହୋଇଛି ।
ଗତ କିଛିଦିନ ଧରି ରାଜ୍ୟରେ ୬୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି ।
କରୋନା ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି । ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୩ ଲକ୍ଷ ଟପିଛି ।
ଲୋକାଲ ୱାୟାର
Leave a Reply