ଭୁବନେଶ୍ୱର, ଜାନୁଆରୀ ୧୬ (ଲୋକାଲ ୱାୟାର): ରାଜ୍ୟରେ ଶନିବାର କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଶନିବାର ମୋଟ ୧୬ ହଜାର ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଥିଲା । ତେବେ ଏହାର ୮୪%ଙ୍କୁ ଟିକା ଦିଆଯାଇପାରିଛି ।
ସାତଟି ଜିଲ୍ଲା (ଅନୁଗୁଳ, ବାଲେଶ୍ୱର, କନ୍ଧମାଳ, କୋରାପୁଟ, ବୌଦ୍ଧ, କେନ୍ଦ୍ରାପଡ଼ା ଏବଂ ସୋନପୁର)ରେ ଶତ ପ୍ରତିଶତ ଟିକାକରଣ ହୋଇପାରିଛି ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏଥିରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ରହିଛନ୍ତି ।
ଶନିବାର ସଫେଇ କର୍ମଚାରୀ ଓ ଡାକ୍ତରମାନେ ମଧ୍ୟ ଟିକା ନେଇଛନ୍ତି । ରବିବାର ଟିକାକରଣ ବନ୍ଦ ରହିବ ଏବଂ ସୋମବାରଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଟିକାକରଣ ଚାଲିବ ।
ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି, ୨୮ ଦିନ ପରେ ସେମାନେ ଦ୍ୱିତୀୟ ଡୋଜ୍ ନେବେ ବୋଲି କୁହାଯାଇଛି ।
ଲୋକାଲ ୱାୟାର
Leave a Reply