ଭୁବନେଶ୍ୱର, ଜାନୁଆରୀ ୨୦(ଲୋକାଲ ୱାୟାର): ରାଜ୍ୟ ସରକାର ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପ୍ରତି ୭୩ ପଇସାରୁ ୭୪ ପଇସାକୁ ବୃଦ୍ଧି କରାଯାଇଛି ।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୬ ପଇସାରୁ ୭୭ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସା, ଡିଲକ୍ସ ବସ ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଗତ ୭ ତାରିଖରେ ବସ୍ ଭଡ଼ା ବଢ଼ାଇଥିଲେ ।
ଲୋକାଲ ୱାୟାର
Leave a Reply