ଭୁବନେଶ୍ୱର, ଡିସେମ୍ବର ୧୨(ଲୋକାଲ ୱାୟାର):ରାଜ୍ୟରେ ନିର୍ମାଣାଧୀନ ରେଳ ପ୍ରକଳ୍ପର ଗୁଡ଼ିକର ଅଗ୍ରଗତି ଆଶାନୁରୂପ ହୋଇ ପାରୁନଥିବାରୁ ଚିନ୍ତା ବ୍ୟକ୍ତ କରିବା ସହ ମୁଖ୍ୟ ଶାସନ ସଚିବ ଶନିବାର ସାତଟି ରେଳପଥର ସମୀକ୍ଷା କରିଛନ୍ତି ।
ଜମି ଅଧିଗ୍ରହଣ ବିଳମ୍ବ ହେଉଥିବାରୁ କେତେକ ସ୍ଥାନରେ ରେଳପଥ ନିର୍ମାଣ ବାଧାପ୍ରାପ୍ତ ହୋଇଛି । ତେଣୁ ମୁଖ୍ୟ ସଚିବ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ଏଥିପାଇଁ ତାଗିଦ କରିଛନ୍ତି । ଅଧିକ ସମସ୍ୟା ଥିଲେ ସରକାରଙ୍କୁ ଜଣାଇବାକୁ ମଧ୍ୟ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗିର ନୂଆ ବ୍ରଡ୍ ଗଜ୍ ରେଳଲାଇନ୍, ସମ୍ବଲପର-ତାଳଚେର ରେଳପଥ ଦୋହରୀକରଣ, ବିଜୟନଗରମ -ସମ୍ବଲପୁର(ଟିଟିଲାଗଡ଼) ପ୍ରକଳ୍ପ, ବୁଢାପଙ୍କ-ସାଲେଗାଁକୁ ତୃତୀୟ ଓ ଚତୁର୍ଥ ରେଳଲାଇନ, ରାଉରକେଲା-ଝାରସୁଗୁଡ଼ା ୧୦୧ କିମି ତୃତୀୟ ରେଳଲାଇନ, ଅନୁଗୁଳ-ସୁକିନ୍ଦା ୯୮.୭ କିମିର ନୂଆ ରେଳଲାଇନ, ତାଳଚେର-ବିମଳାଗଡ ୧୫୫ କିମିର ରେଳଲାଇନ ପ୍ରକଳ୍ପ ଚାଲିଛି ।
ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ଡଃ ମୋନା ଶର୍ମା, ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply