ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଶୁକ୍ରବାରରୁ ଖୋଲିବ ରାଜ୍ୟର ଅଧିକାଂଶ ସନେମାହଲ୍ । ଏଥିପାଇଁ ହଲମାଲିକମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
ଗୁରୁବାର ଏନେଇ ବିଭିନ୍ନ ହଲରେ ମକ୍ ଡ୍ରିଲ ଚାଲିଥିଲା । କିଏ ପୂରା ହଲକୁ ସାନିଟାଇଜ୍ କରିବା କାମରେ ଲାଗିଥିଲା ତ ଆଉ କିଏ ନିଜେ ଗ୍ରାହକ ଓ ଗାଇଡ ହୋଇ ପ୍ରସ୍ତୁତ ହୋଇଥିଲେ ।
୫୦% ଗ୍ରାହକଙ୍କୁ ନେଇ ଶୁକ୍ରବାର ଆଇନକ୍ସ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଜଣେ ଦର୍ଶକ ବସିବାର ପାଖ ଓ ପଛ ପଟ ସିଟ୍ ଖାଲି ରହିବ ।
ଦର୍ଶକଙ୍କ ସଂକ୍ରମଣକୁ ଏଡ଼ାଇବା ପାଇଁ ସିନେମାହଲ୍ ଚଟାଣରେ ଚିହ୍ନ ଦିଆଯାଇଛି । ସେହିପରି ଟଙ୍କା ନେଣଦେଣକୁ ଡିଜିଟାଲ୍ କରାଯାଇଛି ।
ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂ, ସେନସର ସାନିଟାଇଜର ଆଦିର ବ୍ୟବସ୍ଥା ହୋଇଛି । ପ୍ରତି ପରିବାର ମଧ୍ୟରେ ୬ ଫୁଟ୍ ଦୂରତା ରହିବ ।
ଦର୍ଶକମାନେ ଆରୋଗ୍ୟ ସେତୁ ବ୍ୟବହାର କରିବା, କରୋନା ଲକ୍ଷଣ ଥିବା ଦର୍ଶକଙ୍କୁ ହଲ୍ ଆସିବାକୁ ସଚେତନ କରାଯିବ ବୋଲି ଆଇନକ୍ସର ପୂର୍ବାଞ୍ଚଳ ନିଦେ୍ର୍ଦଶକ ଅମିତାଭ୍ ଗୁହା ସୂଚନା ଦେଇଛନ୍ତି ।
ଶୁକ୍ରବାର ପ୍ରଥମ ଦିନଦେ କେଶରୀ ହଲରେ ୫ଟି ସୋ’ ଚାଲିବ । ସକାଳ ୯ଟାରେ ସୋ’ ଆରମ୍ଭ ହେବ ।
ଯେଉଁଥିରେ ଦର୍ଶକ ବଲିଉଡ ଚଳଚ୍ଚିତ୍ର ‘ସୁରଜ୍ ପେ ମଙ୍ଗଲ୍ ଭାରି’ ଦେଖିବାର ସୁଯୋଗ ପାଇବେ ।
ବାକି ୪ଟି ସୋ’ରେ ଦର୍ଶକ ହଲିଉଡ ଚଳଚ୍ଚିତ୍ର ‘ୱଣ୍ଡର ୱିମେନ୍ ୧୯୯୪’ ଦେଖିବେ ।
ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହଲ୍ ପକ୍ଷରୁ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା ସହ ସ୍ୱଚ୍ଛତା, ପରିମଳ ଆଦିି ଉପରେ ଗୁରୁତ୍ୱ ଦେବେ ବୋଲି କେଶରୀ ହଲ୍ ମାଲିକ ରବି ମହାନ୍ତି କହିଛନ୍ତି ।
ସେହିପରି ୮ରୁ ରାଜଧାନୀର ମହାରାଜା ସିନେମା ହଲରେ ପ୍ରଥମ ଦିନରେ ୫ଟି ସୋ’ ହେବ । ସବୁ ସୋ’ରେ ‘ୱଣ୍ଡର ୱିମେନ୍ ୧୯୯୪’ ଦେଖିବାକୁ ମିଳିବ ।
ଜାନୁଆରୀ ୮ରେ ପାତ୍ରପଡା ସ୍ଥିତ ଡିଏନ୍ ରେଗାଲିଆ ମଲ୍ ଓ ପାହାଳ ସ୍ଥିତ ସିମ୍ଫୋନି ମଲ୍ ଆଇନକ୍ସ ଖୋଲିବ ।
ଜାନୁଆରୀ ୧୦ ତାରିଖରୁ ଭୁବନେଶ୍ୱର ଭବାନୀ ମଲ୍ ଓ କଟକ ଏସଜିବିଏଲ୍ ସ୍କୋୟାର ସ୍ଥିତ ଆଇନକ୍ସ ଖୋଲିବ ।
ଏଠାରେ ଏସଆରସି ଜାରି କରିଥିବା ସମସ୍ତ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଆଇନକ୍ସ କର୍ତ୍ତୃପକ୍ଷ କହିଛନ୍ତି ।
ଲୋକାଲ ୱାୟାର
Leave a Reply