ଭୁବନେଶ୍ୱର, ନଭେମ୍ବର ୨୯ (ଲୋକାଲ ୱାୟାର) : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ରବିବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୪ ଜଣଙ୍କ ମଧ୍ୟରୁ ବାଲେଶ୍ୱରର ଜଣେ ପୁରୁଷ (୪୩), ଭୁବନେଶ୍ୱରର ଜଣେ ବ୍ୟକ୍ତି (୪୫), ଢେଙ୍କାନାଳରୁ ଜଣେ ପୁରୁଷ (୫୭) ଓ ଖୋର୍ଦ୍ଧାରୁ ଜଣେ ମହିଳା (୫୬) ଅଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୪କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୮୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩, ୧୮, ୩୦୭ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୧୦, ୫୪୯ ଜଣ ସୁସ୍ଥ ହୋଇଛନ୍ତି ।
୫,୯୭୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply