ଭୁବନେଶ୍ୱର, ଜାନୁଆରୀ ୬(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଭିନ୍ନ ଭିନ୍ନ ବୈଠକରେ ରାଜ୍ୟରେ ୬୪୦୦ କୋଟି ଟଙ୍କାର ନିବେଶକୁ ମଂଜୁରି ଦିଆଯାଇଛି ।
୨୦୨୦ ଫେବ୍ରୁଆରୀରୁ ଏ ପର୍ଯ୍ୟନ୍ତ ରାଜ୍ୟ ପାଇଁ ୧,୧୯,୨୧୪.୭୨ କୋଟି ଟଙ୍କାର ନୂଆ ନିବେଶକୁ ମଂଜୁରି ମିଳିଥିଲା ।
ବୁଧବାର ବୈଠକରେ ମଂଜୁରି ମିଳିଥିବା ୫,୩୫୮.୨୪ କୋଟିର ଧାତବ, ଧାତବ ଡାଉନଷ୍ଟ୍ରିମ୍, ସିମେଣ୍ଟ ଏବଂ ରିଫାଇନେରି ଓ ପେଟ୍ରୋକେମିକାଲ ଶିଳ୍ପରେ ୩୬୬୭ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଲକ୍ଷ୍ର ରଖାଯାଇଛି ।
ସେହିପରି ମଂଜୁରି ମିଳିଥିବା ୧୦୮୫.୦୮ କୋଟି ଟଙ୍କାର ନିବେଶରେ ଅନ୍ୟ ୫ଟି ଧାତବ ଏବଂ ଧାତବ ଡାଉନଷ୍ଟ୍ରିମ୍, ସାର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନର ଶିଳ୍ପରେ ୯୬୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଲକ୍ଷ୍ୟ ରହିଛି ।
ଲୋକାଲ ୱାୟାର
Leave a Reply