ଭୁବନେଶ୍ବର, ଜାନୁଆରୀ ୩ (ଲୋକାଲ ୱାୟାର): ଚିଲିକା ହ୍ରଦ, ଭିତରକନିକା ଜାତୀୟ ଉଦ୍ୟାନ ଓ ହୀରାକୁଦ ଜଳଭଣ୍ଡାରକୁ ବାଦ୍ ଦେଇ ଶୁକ୍ରବାର ରାଜ୍ୟର ବିଭିନ୍ନ ଫରେଷ୍ଟ ଡିଭିଜନ୍ ଓ ଜଳାଶୟରେ ବାର୍ଷିକ ପକ୍ଷୀ ଗଣନା କରାଯାଉଛି।
ଶତାଧିକ ବନ କର୍ମଚରୀଙ୍କ ସମେତ ସ୍ଥାନୀୟ ଲୋକ, ପରିବେଶବିତ୍ ଓ ସାମ୍ବାଦିକଙ୍କୁ ମଧ୍ୟ ଏହି ପକ୍ଷୀ ଗଣନାରେ ସାମିଲ କରାଯାଇଛି।
ସୂଚନା ଅନୁସାରେ, କଟକ ଜିଲ୍ଲାର ଆଠଗଡ଼ ଫରେଷ୍ଟ ଡିଭିଜନରେ ସମୁଦାୟ ୫୮ଟି ଟିମ୍ ଆଜି ସକାଳୁ ଅଂଶୁପା ହ୍ରଦ, କନ୍ଦରପୁର ମଧୁସୂଦନ ସେତୁ ନିକଟ ମହାନଦୀ ଏବଂ ଓସ୍ତିଆରେ ଆଜି ସକାଳେ ପକ୍ଷୀ ଗଣନା କରୁଛନ୍ତି।
ସେପଟେ ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଥିବା ଜଳାଶୟ ସମେତ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଫରେଷ୍ଟ ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା ଚାଲିଛି।
ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ମହାନଦୀ ସମେତ ଶିଶୁପଥର ଡ୍ୟାମ୍ ଅଞ୍ଚଳରେ ପକ୍ଷୀ ଗଣୁଛନ୍ତି।
ଲୋକାଲ ୱାୟାର
Leave a Reply