ଭୁବନେଶ୍ୱର, ଜାନୁଆରୀ ୨୯(ଲୋକାଲ ୱାୟାର): ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶରେ ଶିକ୍ଷା ଦିଆଯିବ ଏବଂ ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି ।
ସେ କହିଛନ୍ତି, ଏହି ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବ । ଭିତ୍ତିଭୂମି ସୁଦୃଢ଼ କରିବାକୁ ସ୍କୁଲ ପିଛା ୨୫ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ଦିଆଯିବ ।
ସ୍ପୋକନ ଇଂଲିଶ ପଢ଼ାଇବାକୁ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟ ଯାଏ ଆବଶ୍ୟକତା ଭିତ୍ତିରେ ଶିକ୍ଷକ ନିଯୁକ୍ତି ପାଇବେ ।
ବେସରକାରୀ ସ୍କୁଲ ଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସରକାରୀ ସ୍କୁଲ ଗୁଡ଼ିକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଛି ନୂଆ ବ୍ଲୁପ୍ରିଣ୍ଟ ।
ଖୁବଶୀଘ୍ର ‘ମୋ ସରକାର’ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାମିଲ ହେବ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଇାଜଡ କରାଯିବ ।
ଛାତ୍ରଛାତ୍ରୀ ମାନେ ସବୁ ସାର୍ଟିଫିକେଟ ଏଣିକି ଅନଲାଇନରେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଲୋକାଲ ୱାୟାର
Leave a Reply