ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): କୋଭିଡ-୧୯ କଟକଣା ଓ ନିୟମାବଳୀର ସମ୍ପୂର୍ଣ୍ଣ ଅନୁପାଳନ ପୂର୍ବକ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଆଜି ଗୋଟିଏ ଦିନରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ କରାଯାଇଛି ।
ଏଥିପାଇଁ ଯଥେଷ୍ଟ ପୂର୍ବରୁ ଗହମ, ବୁଟ, ବାଦାମ, ଚିନି ଆଦି କଞ୍ଚାମାଲ ସଂଗ୍ରହ କରାଯିବା ସହ ଛତୁଆ ମିଶ୍ରଣ ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି କରାଯାଇଥିଲା ।
ଛତୁଆ ମିଶ୍ରଣକୁ ଜିଲ୍ଲାସ୍ତରରେ ବରିଷ୍ଠ ଅଧିକାରୀ ଏବଂ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାମାନେ ଅନୁଧ୍ୟାନ କରୁଛନ୍ତି ।
ଛତୁଆ ମିଶ୍ରଣ ବ୍ୟତୀତ ଅତରିକ୍ତ ପୁଷ୍ଟିସାଧନ ପାଇଁ ଯୋଗାଇ ଦିଆଯାଉଥିବା ବାଦାମ ଲଡ଼ୁ ଏବଂ ଚିକି ମଧ୍ୟ ଏସଏଚଜିମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ।
ଲୋକାଲ ୱାୟାର
Leave a Reply