ଭୁବନେଶ୍ୱର, ଅଗଷ୍ଟ ୧୯(ଲୋକାଲ ୱାୟାର): ରାଜ୍ୟର ୧୧ ସାଙ୍ଗଠନିକ ଜିଲ୍ଲାରେ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ ଅନୁଯାୟୀ ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଥିବା ବୁଧବାର କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ।
ଘୋଷଣା ଅନୁଯାୟୀ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ରଣଜିତ୍ ପାତ୍ର, ଖୋର୍ଦ୍ଧାରେ ସ୍ୱାଗତ କର, ମୟୂରଭଞ୍ଜରେ ଅଂଶୁମାନ ଦାସ, ବୌଦ୍ଧରେ ମହେଶ୍ୱର ପ୍ରଧାନ, କେନ୍ଦୁଝରରେ ସୁନେଶ କୁମାର ଧୀର୍, କନ୍ଧମାଳରେ ବସନ୍ତ କୁମାର ପାଢ଼ୀ, ଦେବଗଡ଼ରେ ଅମିତ୍ କୁମାର ରଂଜିତ୍, ପୁରୀରେ ପ୍ରେମଜିତ୍ ମହାନ୍ତି, ବାଲେଶ୍ୱରରେ ରଞ୍ଜନ କୁମାର ଦାସ, ରାୟଗଡ଼ାରେ ପ୍ରଦୀପ କୁମାର ସାହୁ ଏବଂ ବରଗଡ଼ରେ ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ଇଞ୍ଜିନିୟର ସୁଶାନ୍ତ ସାହୁ ଓ ଅଭିଷେକ ସେଠଙ୍କୁ ନିଯୁକ୍ତି ଦିଆଯାଇଛି ।
ଆଇନ୍ ବିଭାଗର ମୁଖ୍ୟ ଭାବେ ଆଡଭୋକେଟ୍ ଆଦତ୍ୟ ପ୍ରସାଦ ପରିଡ଼ା ଏବଂ ମିଡିଆ କମିଟିରେ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ମାନସ ରଞ୍ଜନ କର, ଅମ୍ରିତା ଦାସ, ବୀରେନ୍ଦ୍ର ବାଗ, ଶ୍ରୀଜିତ୍ ମହାପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପାତ୍ର ଏବଂ ମିଡିଆସେଲର ସଂଯୋଜକ ଭାବେ ନଳିନୀକାନ୍ତ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply