• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରାଜ୍ୟର ୩୦ କ୍ଲଷ୍ଟରରେ ହସ୍ତତନ୍ତର ବିକାଶ

ରାଜ୍ୟର ୩୦ କ୍ଲଷ୍ଟରରେ ହସ୍ତତନ୍ତର ବିକାଶ

December 23, 2020 By LocalWire Leave a Comment

ଭୁବନେଶ୍ୱର,ଡିସେମ୍ବର ୨୩(ଲୋକାଲ ୱାୟାର): ଲୋପ ପାଇ ଯାଉଥିବା ହସ୍ତତନ୍ତକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛି ।

ଓଡ଼ିଶା ହସ୍ତତନ୍ତର ପାରମ୍ପରିକତା ବଜାୟ ରଖି ଏହାକୁ କିପରି ନୂଆ ଢଙ୍ଗରେ ପ୍ରସ୍ତୁତ କରାଯିବ ସେଥିପାଇଁ ୩୦ ଟି କ୍ଲଷ୍ଟରରେ କାମ ହେଉଛି ।

ହେନ୍ତାଳ, ଧଳାପଥର ପରଦା, ହବସପୁରୀ ଭଳି ଡିଜାଇନକୁ ପ୍ରାଥମିକତା ଦିଆଯାଇ ନୂଆ ରୂପରେ ପ୍ରସ୍ତୁତ କରାଯାଉଛି ।

ଏଥିପାଇଁ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀ, ଅଭିଜ୍ଞ ପ୍ରଶିକ୍ଷକ ଓ କିଛି ଫ୍ରିଲାନ୍ସ ଡିଜାଇନରଙ୍କ ସହାୟତାରେ ଏସବୁ ଡିଜାଇନ୍ କରାଯାଉଛି ।

ଏ ବାବଦରେ ବୟନିକାର ସଚିବ ଦେବରାଜ ସାହୁ କହିଛନ୍ତି, ଓଡ଼ିଶା ହସ୍ତତନ୍ତ କହିଲେ ଆମେ କେବଳ ସମ୍ବଲପୁରୀ, ବ୍ରହ୍ମପୁରୀ, ବୋମକେଇ, ସୋନପୁରୀ ଭଳି ଅଳ୍ପ କିଛି ଶାଢ଼ୀକୁ ଜାଣୁ ।

ନୂଆ କରି ଏଇ କିଛି ବର୍ଷ ହେବ କୋଟପାଡ ଓ ଡଙ୍ଗରିଆ କନ୍ଧ ଡିଜାଇନ୍ ବଜାରକୁ ଆସିଛି ।

ପାରମ୍ପରିକତାକୁ ବଜାୟ ରଖି ଏସବୁ ଶାଢ଼ୀକୁ ଡିଜାଇନରମାନେ ନୂଆ ରୂପ ଦେଇଥିବା ବେଳେ ଆହୁରି ଅନେକ ଡିଜାଇନ୍ ଏବେ ବି ଅଣଦେଖା ହୋଇ ରହିଛି ।

ଏସବୁ ଡିଜାଇନ୍ର ପୁନରୁତ୍ଥାନ କରି ଏହାକୁ କିପରି ଗ୍ରାହକଙ୍କ ପାଖକୁ ଆଣିବା ପାଇଁ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସହ ମିଶି ବୟନିକା ପାରମ୍ପରିକ ବୁଣାକାରମାନଙ୍କ ସହାୟତାରେ ଡିଜାଇନ୍ ପ୍ରସ୍ତୁତ କରୁଛି ।

ଧଳାପଥର ପରଦା, କଳାହାଣ୍ଡି ଜିଲ୍ଲାର ହାବାସ୍ପୁରୀ ଶାଢ଼ୀ, ଢେଙ୍କାନାଳର ତିମିଲେହିଁ ଆଦି ଡିଜାଇନକୁ ପୁଣିଥରେ ପାରମ୍ପରିକ ବୁଣାକାରମାନଙ୍କ ହାତରେ ପ୍ରସ୍ତୁତ କରିବା ସହ ସେମାନଙ୍କୁ କର୍ମ ନିୟୋଜନ ଯୋଗାଇବା ଏହି ଅଭିଯାନର ଲକ୍ଷ୍ୟ ।

ବର୍ତ୍ତମାନ ଯାଏଁ ଆମେ ରାଜ୍ୟର ୩୦ଟି ସ୍ଥାନରେ ଏଥିପାଇଁ କ୍ଲଷ୍ଟର ପ୍ରସ୍ତୁତ କରିଛୁ ।

ବରଗଡ଼ରେ ୧୨ଟି, କଟକରେ ୨ଟି, ଯାଜପୁରରେ ୨ଟି, ବୌଦ୍ଧରେ ଗୋଟିଏ, ସୁବର୍ଣ୍ଣପୁରରେ ୩ଟି, ବାଲେଶ୍ୱର ଓ କେନ୍ଦୁଝରରେ ଗୋଟିଏ, ବଲାଙ୍ଗୀରରେ ୩ଟି ଓ ଗଞ୍ଜାମରେ ଗୋଟିଏ ଲେଖାଏଁ କ୍ଲଷ୍ଟର କରାଯାଇଛି ।

ପ୍ରତି କ୍ଲଷ୍ଟରେ ୩୦୦ ଲେଖାଏଁ ସମୁଦାୟ ୩ ହଜାର ବୁଣାକାରଙ୍କୁ ଏହି ନୂଆ ଡିଜାଇନ୍ କାମରେ ନିୟୋଜିତ କରାଯାଇଛି ।

କେବଳ ସେତିକି ନୁହେଁ, ପାରମ୍ପରିକ ବୁଣାକାରମାନଙ୍କୁ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଓ ଫ୍ରିଲାନ୍ସ ଫ୍ୟାଶନ୍ ଡିଜାଇନରଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ବି କରାଯାଇଛି ।

ଭାରତ ସରକାର ଗୋଟିଏ ଲେଖାଏଁ କ୍ଲଷ୍ଟରର ଉନ୍ନତିକରଣ ପାଇଁ ୨କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବୁଣାକାରମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଉଛି ।

ଜଣେ ଲେଖାଏଁ ଡିଜାଇନର୍ ୩ବର୍ଷ ପାଇଁ ବୁଣାକାରଙ୍କ ପ୍ରଶିକ୍ଷଣ ପାଇଁ ଚୁକ୍ତିବଦ୍ଧ ହୋଇ କାର୍ଯ୍ୟ କରନ୍ତି ।

ଆଧୁନିକତାକୁ ଦୃଷ୍ଟିରେ ନ୍ୟାସ୍ନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଦ୍ୱାରା ଡିଜାଇନରମାନଙ୍କୁ ବୟନ ଉତ୍ପାଦନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି ।

ସେହିପରି ଅନେକ ଆଦିବାସୀ ସମ୍ପ୍ରଦାୟର ଡିଜାଇନକୁ ଆଣି ସିଲ୍କ, କଟନ୍, ଟସରରେ ପକାଇ ନୂଆ ଫ୍ୟାବ୍ରିକ ବାହାର କରାଯାଉଛି ।

ବିଶେଷକରି ଡଙ୍ଗରିଆ ଡିଜାଇନକୁ ଏଥିପାଇଁ ବ୍ୟବହାର କରାଯାଉଥିବାରୁ ବଜାର ଚାହିଦା ବଢ଼ିଛି ।

ତିମିଲେହିଁ ଡିଜାଇନକୁ ମଧ୍ୟ ସିଲ୍କରେ ବ୍ୟବହାର କରାଯାଇ ଏହାକୁ ନୂଆରୂପ ଦିଆଯାଉଛି ।

ଡଙ୍ଗରିଆ, ହେନ୍ତାଳ ଏବଂ କୋଟପାଡ ଆଦି ଭଳି ପୁରୁଣା ହସ୍ତତନ୍ତକୁ ବିଭିନ୍ନ ଉତ୍ପାଦରେ ବ୍ୟବହାର କରାଯାଇ ନୂଆ ଉତ୍ପାଦ ପ୍ରସ୍ତୁତ କରାଯାଉଛି ।

ବୁଣାକାରଙ୍କ ଫ୍ୟାବ୍ରିକ୍ ଓ ହସ୍ତତନ୍ତର ବଜାର ପାଇଁ ବୟନିକା ଦାୟିତ୍ୱ ନେଇଥିବା ବୟନିକାର ସଚିବ ଦେବରାଜ ସାହୁ କହିଛନ୍ତି ।

ଲୋକାଲ ୱାୟାର

Filed Under: Uncategorized Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire