ଭୁବନେଶ୍ୱର, ଏପ୍ରିଲ ୨୯ (ଲୋକାଲ ୱାୟାର) : ରାଜ୍ୟରେ ବୁଧବାର କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡାରେ ଚିହ୍ନଟ ହୋଇଥିବା ତିନି ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର ।
କେନ୍ଦୁଝରରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ୬୦ ବର୍ଷର ବୃଦ୍ଧ ହୋଇଥିବା ବେଳେ ତାଙ୍କ ଘର ଘସିପୁର ଥାନା ପଞ୍ଚପଲ୍ଲୀରେ ।
ସେହିପରି ଦେବଗଡ଼ ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାସୁଦେବପୁରର ୩୪ ବର୍ଷୀୟ ଯୁବକ ।
ଝାରସୁଗୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି ଜଣେ ୧୮ ବର୍ଷିୟା ଯୁବତୀ, ତାଙ୍କ ଘର ବ୍ରଜରାଜନଗରରେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି କହିଛି ।
2nd Health Update, 29 April, 2020
Three New Positive Cases
60 yrs Male, Keonjhar, Panchapalli
34 yrs Male, Deogarh, Basudevpur
18 yrs Female, Jharsuguda, Brajrajnagar
(All West Bengal Returnees. All asymptomatic. All were under quarantine)
Total Positive Case: 122
— I & PR Department, Odisha (@IPR_Odisha) April 29, 2020
ସମସ୍ତ ୩ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ସମସ୍ତଙ୍କୁ ଏବେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।
ଓଡ଼ିଶାରେ ଆଜି ଏହି ତିନୋଟି ପଜିଟିଭ ଚିହ୍ନଟ ହେବା ପରେ ୧୪ଟି ଜିଲ୍ଲାକୁ କରୋନା ବ୍ୟାପିଛି ।
ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳୁ ଭୁବନେଶ୍ୱରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରେ ପହଞ୍ଚି ଥିବାବେଳେ ୮୩ ଜଣଙ୍କ ଚିକିତ୍ସା ଚାଲିଛି । ୩୮ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply