ଭୁବନେଶ୍ୱର, ଏପ୍ରିଲ ୨୯ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏହି ୩ ଜଣ ପଜିଟିଭ କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡା ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ମ୍ୟାପ୍ରେ ଦର୍ଶାଯାଇଛି ।
ଫଳରେ ଓଡ଼ିଶାର ଆଉ ତିନୋଟି ଜିଲ୍ଲାକୁ କରୋନା ବ୍ୟାପିଛି । ଏବେ ରାଜ୍ୟର ୧୪ଟି ଜିଲ୍ଲାକୁ କରୋନା ଛୁଇଁଛି ।
ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳୁ ଭୁବନେଶ୍ୱରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରେ ପହଞ୍ଚି ଥିବାବେଳେ ୮୩ ଜଣଙ୍କ ଚିକିତ୍ସା ଚାଲିଛି । ୩୮ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply