ଭୁବନେଶ୍ୱର, ଅକ୍ଟୋବର ୩୦ (ଲୋକାଲ ୱାୟାର) : ରାଜ୍ୟର ୪ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଶୁକ୍ରବାର କହିଛି ।
ସୋନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି । ଏଠାରେ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଅନୁଗୁଳରେ ୧୩. ୮, ଫୁଲବାଣୀରେ ୧୪. ୦, ଦାରିଙ୍ଗବାଡ଼ିରେ ୧୪.୦ ଓ କୋରାପୁଟରେ ୧୫.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୦ ଡିଗ୍ରୀ ରହିଛି।
ବିଶେଷ କରି କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଶୀତର ରାଜୁତି ଆରମ୍ଭ ହେବାକୁ ଯାଉଛି ।
କୋରାପୁଟରେ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ଶୀତ ଅନୁଭୂତ ହୋଇଥିବା ବେଳେ ଏଥର ଅକ୍ଟୋବର ଶେଷ ବେଳକୁ ଶୀତ ମାଳଭୂମିକୁ ଛୁଇଁସାରିଛି । ରାତି ଯେତିକି ବଢୁଛି, ଶୀତର ପ୍ରକୋପ ସେତିକି ବଢୁଛି ।
ସେହିପରି କନ୍ଧମାଳ ଜିଲ୍ଲାରେ ତିନିଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି ।
ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗିବାଡ଼ି, ରାଇକିଆ, ଘୁ.ଉଦୟଗିରି, ବେଲଘର ଏବଂ ବାଲିଗୁଡ଼ା ଆଦି ଅଞ୍ଚଳରେ ହାଲୁକା ଶୀତର ପ୍ରଭାବ ଅନୁଭୂତ ହେଉଛି ।
ଲୋକାଲ ୱାୟାର
Leave a Reply