ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଲୋକାଲ ୱାୟାର): ଓଡ଼ିଶାର ସାଂସଦ ଡ. ସସ୍ମିତ ପାତ୍ର ଶନିବାର ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛନ୍ତି, ଯାହାକୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ରାଜନୈତିକ ମହଲରେ କୁହାଯାଇଛି ।

ଡ. ପାତ୍ର ଶନିବାର ରାଜ୍ୟସଭାରେ ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ ବିଲ୍ ଆଲୋଚନା କାଳରେ ଗୃହରେ ଅଧ୍ୟକ୍ଷତା କରିଥିଲେ । ତାଙ୍କର ଗୃହ ପରିଚାଳନାକୁ ଉପସ୍ଥିତ ସାଂସଦମାନେ ପ୍ରଶଂସା କରିଛନ୍ତି ।

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳି ପାରିଥିବାରୁ ସେ ନିଜୁ ଧନ୍ୟ ମନେ କରିବା ସହ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଦେଉଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।

ଲୋକାଲ ୱାୟାର