ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ରାଜଧାନୀରେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଯାପିତ ହୋଇ ଯାଇଥିବା ବେଳେ ଏଥିରେ ମୋଟ ୫୩ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୧୦ଟି ଷ୍ଟଲରେ ୧୩୬ ଜଣ କାରିଗର ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀର ପ୍ର୍ରଦର୍ଶନ ଓ ବିକ୍ରୟ କରିଛନ୍ତି ।
କାରିଗରମାନଙ୍କ ଦ୍ୱାରା ପ୍ର୍ରସ୍ତୁତ ପଥର ଖୋଦେଇ, କାଠ ଖୋଦେଇ, ଧାନ୍ୟଶିଳ୍ପ, ଜନଜାତି ଅଳଙ୍କାର, ବାଉଁଶ, ଶିଙ୍ଗକାମ, ଲାଖଚୁଡ଼ି, ଚିତ୍ରକଳା, ଚାନ୍ଦୁଆ ତିଆରି ସାମଗ୍ର୍ରୀ, ବେତରେ ତିଆରି ଜିନିଷ, ପିତ୍ତଳ, କଂସାବାସନ, ଟେରାକୋଟା ସାମଗ୍ରୀ, ପଟ୍ଟଚିତ୍ର, ରୂପା ତାରକସୀ କାମ, ଡୋକ୍ରାକାମ, ଆଣ୍ଟିକ୍ ଘର ସଜ୍ଜା ପ୍ରଭୃତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ମେଳାର ମୁଖ୍ୟ ଆକର୍ଷଣ ଥିଲା ଗଞ୍ଜାମ ଜିଲ୍ଲାର ଅରୁଣ ସାହୁଙ୍କ ଦ୍ୱାରା କାଠରେ ନିର୍ମିତ ବିଧାନସଭା ଗୃହ, ତାଜମହଲ, ଗେଟୱେ ଅଫ ଇଣ୍ଡିଆ, ଇଣ୍ଡିଆ ଗେଟ୍ ଇତ୍ୟାଦି ।
ମେଳାରେ ମୋଟ ୩୫ ହଜାର ଲୋକ ବୁଲିବା ସହ ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ ବୋଲି ହସ୍ତ ଓ କୁଟୀର ଶିଳ୍ପ ନିିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ।
ଲୋକାଲ ୱାୟାର
Leave a Reply