ଭୁବନେଶ୍ୱର, ଜାନୁଆରୀ ୬ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟରେ ରାଜ୍ୟରେ କୌଣସି ବି କରୋନା ଆକ୍ରାନ୍ତ ପ୍ରାଣ ହରାଇ ନାହାନ୍ତି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଛି ।
ଫଳରେ ଆଜି ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି ।
ଏନେଇ ସ୍ବାସ୍ଥ୍ୟ ବିଭାଗ ଖୁସିବ୍ୟକ୍ତ କରିବା ସହ କହିଛି, ଦୀର୍ଘ ୬ମାସ ପରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି ।
କୋଭିଡ୍ ଯୋଦ୍ଧାମାନଙ୍କର ଅପ୍ରାଣ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବାରୁ ଆମେ ସେମାନଙ୍କୁ ସଲାମ୍ କରୁଛୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କହିଛି ।
ଲୋକାଲ ୱାୟାର
Leave a Reply