• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରାଜ୍ୟ ପୁଲିସରେ ଡିଏସପି ପାହ୍ୟାରେ ଅଦଳବଦଳ

ରାଜ୍ୟ ପୁଲିସରେ ଡିଏସପି ପାହ୍ୟାରେ ଅଦଳବଦଳ

December 24, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୪(ଲୋକାଲ ୱାୟାର): ରାଜ୍ୟ ପୁଲିସରେ ଡିଏସପି ସ୍ତରରେ ଅଦଳ ବଦଳ ହୋଇଥିବା ପୁଲିସ ମୁଖ୍ୟାଳୟରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି ।

ବିଜ୍ଞପ୍ତି ଅନୁସାରେ, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରେ କ୍ୟାଡେଟ୍ ଡିଏସପି ଭାବେ ଟ୍ରେନିଂ ଶେଷ କରିଥିବା ୯ ଜଣଙ୍କୁ ବିଭିନ୍ନ ଜିଲ୍ଲାରେ ଏସଡିପିଓ ଭାବେ ନିଯୁକ୍ତି ପାଇଥିବା ବେଳେ ୧୪ ଜଣ ଇନଚାର୍ଜ ଡିଏସପିଙ୍କ ଅଦଳବଦଳ ହୋଇଛି ।

ସନ୍ତକ ଜେନାଙ୍କୁ ଖରିଆର ଏସଡିପିଓ, ସତ୍ୟବ୍ରତ ଦାସଙ୍କୁ ବୁର୍ଲା ଏସଡିପିଓ, ଅଂଶୁମାନ ଦ୍ୱିବେଦୀଙ୍କୁ ମାଲକାନଗିରି ଏସଡିପିଓ, ସୁମନ ରଞ୍ଜିତା ସିଂଙ୍କୁ ପାଲଲହଡ଼ା ଏସଡିପିଓ, ପ୍ରତୁ୍ୟଷ ମହପାତ୍ରଙ୍କୁ ଦେବଗଡ଼ ଏସଡିପିଓ, ଅନୁପ ଅଭିଷେକ ବେହେରାଙ୍କୁ ଜୟପୁର ଏସଡିପିଓ, ଦୀନେଶ ଚନ୍ଦ୍ର ନାୟକଙ୍କୁ ନବରଙ୍ଗପୁର ଏସଡିପିଓ, ମନୋଜ କୁମାର ପୂଜାରୀଙ୍କୁ ବାଲିଗୁଡ଼ା ଏସଡିପିଓ, ଗାୟତ୍ରୀ ପ୍ରଧାନଙ୍କୁ ରାଜଗାଙ୍ଗପୁର ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି ।

ସ୍ପେସାଲ୍ ବ୍ରାଞ୍ଚ ଇନଚାର୍ଜ ଡିଏସପି ଶୀତିକଣ୍ଠ କାନୁନଗୋଙ୍କୁ ପଟ୍ଟାମୁଣ୍ଡାଇ ଏସଡିପିଓ, ପଟ୍ଟମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେଙ୍କୁ କାମାକ୍ଷାନଗର ଏସଡିପିଓ, ଭଦ୍ରକ ହେଡକ୍ୱାର୍ଟର ଡିଏସପି ସୁନିଲ୍ କୁମାର ନନ୍ଦଙ୍କୁ ବାଙ୍କୀ ଏସ୍ଡିପିଓ, ଯାଜପୁର ଆଇସିଏଡବ୍ଲୁ ଡିଏସପି ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଏସଡିପିଓ, ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବାଲୁଗାଁ ଏସଡିପିଓ, କେନ୍ଦୁଝର ଡିଏସପି ଦିଲ୍ଲୀପ୍ ଚନ୍ଦ୍ର ବାଗଙ୍କୁ ଚରମ୍ପା ଏସଡିପିଓ ଓ ବୁର୍ଲା ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ରଙ୍କୁ ସମ୍ବଲପୁର ଡିଏସପି, କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ କୁମାର ମଲ୍ଲିକଙ୍କୁ କଟକ ଜିଲ୍ଲା ଡିଏସପି, ଦେଓଗଡ଼ ଏସଡିପିଓ ସୁଲେମାନ ଏକ୍କାଙ୍କୁ ଢେଙ୍କାନାଳ ଡିଏସପି, ଆନନ୍ଦପୁର ଏସଡିପିଓ ବିଦୁ୍ୟତ ଚନ୍ଦ୍ର ପଣ୍ଡାଙ୍କୁ କଟକ ଏଚଆରପିସି ଡିଏସପି, ବାଲୁଗାଁ ଏସଡିପିଓ ସୁରେଶଚନ୍ଦ୍ର ଦାସଙ୍କୁ ଆନନ୍ଦପୁର ଏସଡିପିଓ, ରାଜଗାଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁଙ୍କୁ କନ୍ଧମାଳ ଡିଏସପି, ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନଙ୍କୁ ବରଗଡ଼ ଡିଏସପି, ପାଲଲହଡ଼ା ଏସଡିପିଓ ଯଶୋବନ୍ତ ସାମଲଙ୍କୁ ବୀରମିତ୍ରପୁର ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire