ଭୁବନେଶ୍ୱର, ଜୁନ୍ ୬(ଲୋକାଲ ୱାୟାର): ରାଜ୍ୟ ପୁଲିସରେ ୨୦ ଜଣ ଇନ୍ସପେକ୍ଟର ଓ ୩୯ ଜଣ ଏସଆଇଙ୍କ ବଦଳି ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତିରୁ ପ୍ରକାଶ, ଇନ୍ସପେକ୍ଟର ଚମ୍ପାବତୀ ପଟ୍ଟାଙ୍କୁ କମିସନରେଟ୍ ପୁଲିସରୁ ରାଉରକେଲା, ଦୁର୍ଗାଚରଣ ପ୍ରଧାନଙ୍କୁ ଜିଆରପି ରାଉରକେଲାରୁ ଏସଆରପି କଟକ, ଚାରୁବାଳା ନନ୍ଦଙ୍କୁ କ୍ରାଇମବ୍ରାଞ୍ଚରୁ ଯାଜପୁର, ରିନାରାଣୀ ସାହୁଙ୍କୁ ନୟାଗଡ଼, ରଞ୍ଜନ କୁମାର ମାଝିଙ୍କୁ ନୟାଗଡ଼ରୁ ମାଲକାନଗିରିକୁ ବଦଳି ହୋଇଛି ।
ଇନ୍ସପେକ୍ଟର ଦିଲ୍ଲୀପ ସ୍ୱାଇଁଙ୍କୁ କମିସନରେଟ୍ ପୁଲିସରୁ ଗଞ୍ଜାମ, ଆଲୋକ ଜେନାଙ୍କୁ ଏସଟିଏଫରୁ ଭଦ୍ରକ, ସୁମନ୍ତ କିଶନଙ୍କୁ ବ୍ରହ୍ମପୁରରୁ କେନ୍ଦ୍ରାପଡ଼ା, ଗୌରାଙ୍ଗଚରଣ ସାହୁଙ୍କୁ ବ୍ରହ୍ମପୁରରୁ ଭଦ୍ରକ, ରାମକୁମାର ମୁର୍ମୁଙ୍କୁ କେନ୍ଦ୍ରାପଡ଼ାରୁ ବ୍ରହ୍ମପୁର, ଭରତ ଚନ୍ଦ୍ର ସାହୁଙ୍କୁ କଟକ ଜିଆରପିରୁ କମିସନରେଟ୍ ପୁଲିସ, ସୁଶାନ୍ତ ମିଶ୍ରଙ୍କୁ ଭିଜିଲାନ୍ସରୁ ଭଦ୍ରକ, ଜୟଦେବ ବିଶ୍ୱଜିତଙ୍କୁ କମିସନରେଟ୍ ପୁଲିସରୁ ଏସଆଇ କଟକ, ଜ୍ଞାନେନ୍ଦ୍ର ସାହୁଙ୍କୁ କମିସନରେଟ ପୁଲିସରୁ ପୁରୀ, ସରୋଜ ସାହୁଙ୍କୁ ପୁରୀରୁ କମିସନରେଟ୍ ପୁଲିସ, ଯୁବରାଜ ସ୍ୱାଇଁଙ୍କୁ ଗଞ୍ଜାମରୁ କମିସନରେଟ୍ ପୁଲିସ୍, ପ୍ରଜ୍ଞା ପାରମିତା ଜେନାଙ୍କୁ କ୍ରାଇମବ୍ରାଞ୍ଚର ଏସଟିଏଫରୁ ନୟାଗଡ଼, ନିବେଦିତା ଦାସଙ୍କୁ ଇଓଡବ୍ଲୁରୁ ଏସଆରପି କଟକ,ଭାଲେଣ୍ଟିନା ରାୟଙ୍କୁ ଭିଜିଲାନ୍ସରୁ ବ୍ରହ୍ମପୁର, ଅକ୍ଷୟ କୁମାର ନାୟକଙ୍କୁ କ୍ରାଇମବ୍ରାଞ୍ଚରୁ ବ୍ରହ୍ମପୁର ପୁଲିସ୍ ଜିଲ୍ଲାକୁ ବଦଳି କରାଯାଇଛି ।
ଲୋକାଲ ୱାୟାର
Leave a Reply