କଟକ,ଜାନୁୟାରୀ ୭ (ଲୋକାଲ ୱାୟାର) :ରାଜ୍ୟ ପ୍ରାଣୀ ଚିକିତ୍ସା ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଶ୍ରୀନାଥ ତାରେଣୀଆଙ୍କର ମଙ୍ଗଳବାର ଦିନ ନୂଆବଜାର ଶାସ୍ତ୍ରୀନଗରସ୍ଥିତ ବାସଭବନରେ ପରଲୋକ ହୋଇଥିବା ତାଙ୍କ ପରିବାରର ଜଣେ ସଦସ୍ୟ ଜଣାଇଛନ୍ତି।
ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।
ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଶୋକ ତାରେଣୀଆ, ସାନ ପୁଅ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଦୁର୍ଗାପଦ ତାରେଣୀଆ, ଝିଅ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ବିଜୟଲକ୍ଷ୍ମୀ ତାରେଣୀଆଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।
ସ୍ୱର୍ଗତ ତାରେଣୀଆ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ।
ଲୋକାଲ ୱାୟାର
Leave a Reply