ଭୁବନେଶ୍ୱର,ଏପ୍ରିଲ ୨୭(ଲୋକାଲ ୱାୟାର): ଲକ୍ ଡାଉନ ଶେଷ ହେବା ପରେ ଭୁବନେଶ୍ୱରକୁ ବାହାର ରାଜ୍ୟରୁ ଫେରିବାକୁ ଚାହୁଁଥିବା ଲୋକମାନେ ନାମ ପଂଜିକରଣ କରନ୍ତୁ ବୋଲି ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଅନୁରୋଧ କରାଯାଇଛି ।
ବିଏମସି କହିଛି, ନିଗଭର ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ଶୀଘ୍ର ରାଜଧାନୀରେ ଘରକୁ ଘର ବୁଲି ସର୍ଭେ କରିବେ ।
ସେମାନେ ବିଭିନ୍ନ ପରିବାରର ଯେଉଁ ଲୋକମାନେ ରାଜ୍ୟ ବାହାରେ ରହୁଛନ୍ତି ଏବଂ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ନାମ ସଂଗ୍ରହ କରିବେ । ମୋବାଇଲ ଓ ଆଧାର ନମ୍ବର ମଧ୍ୟ ସଂଗ୍ରହ ହେବ ।
ବାହାରେ ରହୁଥିବା ଲୋକମାନଙ୍କ ଗସ୍ତର ବିବରଣୀ ମଧ୍ୟ ନିଆଯିବ । ତେବେ ବ୍ୟାଙ୍କ ଆକାଉଣ୍ଟ କିମ୍ବା ପାନ୍ ନମ୍ବର ଲୋଡ଼ାଯିବ ନାହିଁ ବୋଇ ବିଏମସି ସ୍ପଷ୍ଟ କରିଛି ।
ଏବେ ଘରକୁ ଘର ବୁଲି କର୍ମଚାରୀମାନେ ଏହି ତଥ୍ୟ ସଂଗ୍ରହ କରିବେ । ଫେରିବା ପରେ ଲୋକମାନେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ହେବ ।
ଆସନ୍ତା ଦିନରେ ଏଭଳି ନାମ ପଂଜିକରଣ ପାଇଁ ବିଏମସି ଅନଲାଇନରେ ସୁବିଧା ଦେବ ବୋଲି ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply