ଭୁବନେଶ୍ୱର, ମାର୍ଚ୍ଚ ୨୯(ଲୋକାଲ ୱାୟାର): ଲକ୍ ଡାଉନ ସ୍ଥିତିରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାର ୧୧ ଜଣ ଅଫିସର(୧୦ ଆଇଏଏସ୍, ଜଣେ ଆଇପିଏସ୍)ଙ୍କୁ ଭିନ୍ନ ଭିନ୍ନ ରାଜ୍ୟର ଦାୟିତ୍ୱ ଦେଇଥିବା ଜଣେ ଅଧିକାରୀ ରବିବାର କହିଛନ୍ତି ।
ଦାୟିତ୍ୱ ପାଇଥିବା ଅଧିକାରୀମାନେ ହେଲେ ତେଲଙ୍ଗାନା ପାଇଁ ଡାଃ.ୟେଦୁଲା ବିଜୟ (୦୬୭୪-୨୩୨୩୦୬୮), ଆନ୍ଧ୍ର ପ୍ରଦେଶ ପାଇଁ ବି ପରମେଶ୍ୱର (୦୬୭୪-୨୩୯୩୨୭୫), ପଶ୍ଚିମବଙ୍ଗ ପାଇଁ ଭାସ୍କରଜ୍ୟୋତି ଶର୍ମା (୦୬୭୪-୨୩୯୦୧୧୬), ଗୁଜରାଟ ପାଇଁ ଡା. ଜୱାଲେ ନୀତିନ ଭାନୁଦାସ (୦୬୭୪-୨୫୪୩୪୬୧), ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ(୦୬୭୪-୨୩୯୨୯୦୬), ତାମିଲନାଡ଼ୁ ପାଇଁ ଚିତ୍ରା ଅରୁମୁଗୁମ (୦୬୭୪-୨୫୩୬୬୩୧), ବିହାର ଓ ଝାଡ଼ଖଣ୍ଡ ପାଇଁ ମ.ସାଦ୍ଦିକ ଆଲମ( ୦୬୭୪-୨୫୭୩୩୧୦), କେରଳ ପାଇଁ ଏମ.ମୁଥୁକୁମାର (୦୬୭୪-୨୩୯୫୫୩୨), ନୂଆଦିଲ୍ଲୀ ପାଇଁ ସଂଜୀବ ମିଶ୍ର (୦୬୭୪-୨୩୦୧୮୪୮୮) ଏବଂ ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁର (୦୬୭୪-୨୫୩୩୨୩୦) ।
ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନେ ଏବେ କିଭଳି ସେଠାରେ ସୁବିଧାରେ ରହିପାରିବେ ତାର ସମସ୍ତ ବ୍ୟବସ୍ଥା ଏହି ଅଧିକାରୀମାନେ କରିବେ ।
ଲୋକାଲ ୱାୟାର
Leave a Reply