ଭୁବନେଶ୍ୱର, ଡିସେମ୍ବର ୫(ଲୋକାଲ ୱାୟାର): ବଦଳିବ ରାଜ୍ୟ ସଂଗ୍ରହାଳୟ ରୂପରେଖ । ପର୍ଯ୍ୟଟକ ପାଇବେ ନୂଆ ଅନୁଭୂତି ।
କରୋନା କଟକଣା ଉଠି ନଥିବାରୁ ସଂଗ୍ରହାଳୟ ବନ୍ଦ ରହିଛି । ସାଧାରଣ ଲୋକଙ୍କ ପରିଦର୍ଶନ ବାରଣ କରାଯାଇଛି ।
କିନ୍ତୁ ଏଇ ମାସ ଶେଷ ବେଳକୁ ସଂଗ୍ରହାଳୟ ପ୍ରତିଷ୍ଠା ଦିବସ ପଡ଼ୁଥିବାରୁ ସେହି ଦିନଠାରୁ ସଂଗ୍ରହାଳୟ ଖୋଲିପାରେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
କିନ୍ତୁ ଏପର୍ଯ୍ୟନ୍ତ ସେପରି କୌଣସି ନିଷ୍ପତ୍ତି ହୋଇନାହିଁ । କାରଣ ସରକାର ସଂଗ୍ରହାଳୟ ଖୋଲିବା ନେଇ କୌଣସି ଗାଇଡଲାଇନ୍ ଆଣିନାହାନ୍ତି ।
ତେବେ ତା’ ଭିତରେ ସଂଗ୍ରହାଳୟରେ ଆଉ କିଛି ନୂତନ ଗ୍ୟାଲେରୀ ଖୋଲିବାକୁ ଯାଉଛି ।
ଦୀର୍ଘ ବର୍ଷ ଧରି ୫ନୂଆ ଗ୍ୟାଲେରୀ ନିର୍ମାଣ ଲାଗି ହୋଇଥିବା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।
ସେହିଭିତରେ ରହିଛି; ସମସାମୟିକ କଳା ଗ୍ୟାଲେରୀ, ଫ୍ରିଡମ୍ ଫାଇଟର୍ ଗ୍ୟାଲେରୀ, ଲଳିତ କଳା ଏକାଡେମୀ ଗ୍ୟାଲେରୀ, ଓଡ଼ିଶା ଥ୍ରୁ ଏଜେସ୍ ଓ ମ୍ୟାନକାଇଣ୍ଡ୍ ଅଫ୍ ଏଜେସ୍ ରିଭୋଲୁ୍ୟସନ୍ ।
ସଂସ୍କୃତି ବିଭାଗ ନିଦେ୍ର୍ଦଶକ କହିଛନ୍ତି ଏଥି ସହିତ ଦିବ୍ୟାଙ୍ଗଙ୍କ ପାଇଁ ର୍ୟାମ୍ପ୍ ବ୍ୟବସ୍ଥା, କାଫେଟେରିଆ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ।
ଲୋକାଲ ୱାୟାର
Leave a Reply