କଟକ, ଜାନୁଆରୀ ୧୩(ଲୋକାଲ ୱାୟାର): ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ଆସନ୍ତାକାଲି କଟକର କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଭବନୀ ଶଙ୍କର ଚଇନି କହିଛନ୍ତି ।
ତାଙ୍କ ମରଶରୀରକୁ ଏସସିବିରୁ ଏକ ଶୋଭାଯାତ୍ରାରେ ଶ୍ମଶାନ ପର୍ଯ୍ୟନ୍ତ ନିଆଯିବ ଏବଂ ଶେଷକୃତ୍ୟର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ।
ଉଲ୍ଲେଖଯୋଗ୍ୟ, ପଦ୍ମଶ୍ରୀ ପ୍ରକାଶ ରାଓଙ୍କର ୬୨ ବର୍ଷ ବୟସରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଏସସିବି ମେଡିକାଲରେ ପରଲୋକ ହୋଇ ଯାଇଛି ।
ସେ ପ୍ରାୟ ୨୦ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ହୋଇଥିଲେ ମଧ୍ୟ ବ୍ରେନ ଷ୍ଟ୍ରୋକ ଯୋଗୁ ସେ ଚିକିତ୍ସିତ ହେଉଥିଲେ ।
କଟକର ବକ୍ସିବଜାରରେ ଚା’ ଦୋକାନ କରିଥିବା ପ୍ରକାଶ ରାଓ ନିଜ ଉପାର୍ଜିତ ଖର୍ଚ୍ଚରେ ବସ୍ତିର ଗରିବ ପିଲାମାନଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ଥିଲେ ।
ଏଥିସହ ସେ ୨୧୫ରୁ ଅଧିକ ଥର ରକ୍ତଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କଟକ ଗସ୍ତ କାଳରେ ଭେଟିବା ସହ ‘ମନ କି ବାତ’ରେ ମଧ୍ୟ ତାଙ୍କ କଥା ଉଲ୍ଲେଖ କରିଥିଲେ ।
୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଗରିବ ଓ ଅଚିହ୍ନା ଲୋକଙ୍କୁ ସହାୟତା କରି ସେ ସମଜେ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ ।
ଲୋକାଲ ୱାୟାର
Leave a Reply