ସୋର, ଅଗଷ୍ଟ ୨୨ (ଲୋକାଲ ୱାୟାର) : ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ନିକଟରେ ଶନିବାର ସକାଳେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ବେଳେ ଜଣେ ଗର୍ଭବତୀ ଅଳ୍ପକେ ବର୍ତ୍ତି ଯାଇଥିବା ସ୍ଥାନୀୟ ପୁଲିସ କହିଛି ।
ଡ୍ରାଇଭର ଓ ଗର୍ଭବତୀ ମହିଳାଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ଖଇରା ମେଡିକାଲରେ ଭର୍ତ୍ତି କରିଛି ।
ସୂଚନାଯୋଗ୍ୟ ଯେ, ଗଡପୋଖରୀ ଗୁଆପାଳ ଗାଁର ସୁମତି ନାଏକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଆମ୍ବୁଲାନ୍ସକୁ ପରିବାର ଲୋକ ଖବର ଦେଇଥିଲେ ।
ଆମ୍ବୁଲାନ୍ସ ଆସି ଗର୍ଭବତୀ ମହିଳାଙ୍କୁ ମେଡିକାଲା ନେଇ ଯାଉଥିବା ବେଳେ ରାସ୍ତା ତଳକୁ ତଳକୁ ଖସିପିଡ଼ିଥିଲା।
ଦୁର୍ଘଟଣାରେ କାହାର ବିଶେଷ କ୍ଷତି ହୋଇନଥିବା ପୁଲିସ ସୂଚନା ଦେଇଛି ।
ଲୋକାଲ ୱାୟାର
Leave a Reply