ଭୁବନେଶ୍ୱର, ଡିସେମ୍ବର ୧୬(ଲୋକାଲ ୱାୟାର): ବରିଷ୍ଠ ସ୍ତମ୍ଭକାର ଏବଂ ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ଲାଡଲୀ ମିଡିଆ ଆୱାର୍ଡ ପ୍ରଦାନ କରାଯାଇଛି ।
ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାମ୍ବାଦିକମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ପୂର୍ବରୁ ଶ୍ରୀ ରଥ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଆଞ୍ଚଳିକ ସ୍ତରର ଓଡ଼ିଆ ଓପଏଡ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କାର ପାଇଥିଲେ ।
‘ଧରିତ୍ରୀ’ରେ ଗତ ଡିସେମ୍ବର ୨୦୧୯ରେ ପ୍ରକାଶିତ ତାଙ୍କ ଓପଏଡ୍ ବିଭାଗରେ ଅଗ୍ରଲେଖ ‘ଝିଅ ଯଦି କାଳୀ’ ଲେଖା ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।
ପପୁଲେସନ୍ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି । ଏହି ପୁରସ୍କାର ପାଇଁ ଚଳିତ ବର୍ଷ ୧୧ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ ।
ଯାଜପୁରରୋଡ୍ ବ୍ୟାସନଗରର ରୁଦ୍ରପ୍ରସନ୍ନ ରଥ ଜଣେ ନିୟମିତ ସ୍ତମ୍ଭକାର ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଦଶନ୍ଧି ଧରି ବିଭିନ୍ନ ଖବରକାଗଜରେ ବିଷୟନିଷ୍ଠ ପ୍ରବନ୍ଧ ଲେଖି ଆସୁଛନ୍ତି ।
ଲୋକାଲ ୱାୟାର
Leave a Reply