ଭୁବନେଶ୍ବର, ଫେବ୍ରୁଆରୀ ୧୭ (ଲୋକାଲ ୱାୟାର) : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ କିପରି ତୁରନ୍ତ ଉଦ୍ଧାର ଓ ସହାୟତା ପ୍ରଦାନ କରାଯାଇପାରିବ ସେଥିପାଇଁ ଓଡିଶା ରାଜ୍ୟ ରେଡକ୍ରସ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷର ମିଳିତ ଆନୁକୁଲ୍ୟରେ ଏକ ତାଲିମ ଶିବିର ଶନିବାର ଉଦଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଓଡିଶା ରେଡକ୍ରସର ଅବୈତନିକ ସଚିବ ମେଜର ଡଃ କଳ୍ପନା ଦାସ ଏବଂ ସମ୍ମାନିତ ଅତିଥି ଭାବେ ଓସ୍ଡମାର ସାଧାରଣ ପରିଚାଳକ ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷକମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାମୁହିକ ଭାବେ ମୁକାବିଲା କରିବା ସହ ପ୍ରପିଡିତ ମାନଙ୍କୁ ସହାୟତା ଦିଆଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।

ତାଲିମ ଶିବିରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୩୦ ରୁ ଅଧିକ ଯୁବ ରେଡ଼କ୍ରସ ପରାମର୍ଶଦାତାମାନେ ଅଂଶଗ୍ରହଣ କରିଛନ୍ତି । ପ୍ରଶିକ୍ଷକ ଭାବେ ପ୍ରଶାନ୍ତ ନାୟକ, , ସତ୍ୟନାରାୟଣ ହୋତା, ଭୋଳାନାଥ ମିଶ୍ର, ସୁତନୁ ଠାକୁର ପ୍ରମୁଖ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମକୁ ରେଡକ୍ରସର ସଂଯୋଜିକା ସୁମିତ୍ରା ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ଓସ୍ଡମାର ରାଜ୍ୟ ପ୍ରକଳ୍ପ ଅଧିକାରୀ, ଗୌରୀଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଲୋକାଲ ୱାୟାର