• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରେଭେନ୍ସା ପଡ଼ିଆରେ ସୂର୍ଯ୍ୟୋପରାଗ ଦୃଶ୍ୟ ଦେଖିପାରିବେ କଟକବାସୀ

ରେଭେନ୍ସା ପଡ଼ିଆରେ ସୂର୍ଯ୍ୟୋପରାଗ ଦୃଶ୍ୟ ଦେଖିପାରିବେ କଟକବାସୀ

December 25, 2019 By Prabeen Sahoo Leave a Comment

କଟକ,ଡିସେମ୍ବର ୨୫ (ଲୋକାଲ ୱାୟାର): ଗୁରୁବାର ରେଭେନ୍ସା ପଡ଼ିଆରେ ଟେଲିସ୍କୋପ ଓ ଫିଲଟର୍ ମାଧ୍ୟମରେ ସୂର୍ଯ୍ୟୋପରାଗର ଦୃଶ୍ୟ ଦେଖିବା ପାଇଁ ବିଜ୍ଞାନ ଚେତନା ମଞ୍ଚ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ମଞ୍ଚର ସାଧାରଣ ସଂପାଦକ ଡକ୍ଟର ସିଦ୍ଧାର୍ଥ ଭରଦ୍ୱାଜ ସୂଚନା ଦେଇଛନ୍ତି।

ଆସନ୍ତାକାଲି ସକାଳ ପ୍ରାୟ ୮.୨୦ରୁ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଓଡିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ଏବଂ ଦିନ ୯ଟା ୪୫ରେ ସୂର୍ଯ୍ୟର ସର୍ବାଧିକ ୬୦ ଭାଗ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବ।

ଏହି ସମୟରେ କଟକର ଛାତ୍ରଛାତ୍ରୀ ଓ ଅନ୍ୟ ବର୍ଗର ଲୋକ ଏହି ମହାଜାଗତିକ ଦୃଶ୍ୟ ଦେଖିପାରିବେ ବୋଲି କୁହାଯାଇଛି।

ଏହା ପୂର୍ବରୁ ସୂର୍ଯ୍ୟୋପରାଗ ସଂପର୍କରେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ତଥା ଏହି ସମୟରେ ଦେଶ ବିଦେଶରେ ପୂର୍ବରୁ ସଂଗଠିତ ବିଭିନ୍ନ ବୈଜ୍ଞାନିକ ଗବେଷଣା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲାଗି ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳାର ଆୟୋଜନ କରାଯାଇଛି ।

ସୂର୍ଯ୍ୟକୁ କିପରି ସନଫିଲଟର୍ ବା ପିନହୋଲ୍ କ୍ୟାମେରା ବା ଟେଲିସ୍କୋପ୍ ଦେଇ ନିରାପଦରେ ଦେଖିହେବ, କର୍ମଶାଳାରେ ତାର ପ୍ରଶିକ୍ଷଣ ଦିଆଯାଇଛି ।

ସଂଗଠନ ପକ୍ଷରୁ ସମସ୍ତେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସୁଲଭ ମୂଲ୍ୟରେ ଚଷମା ବ୍ୟବସ୍ଥା କରାଯାଇଛି।

ସେହିପରି ସୂର୍ଯ୍ୟୋପରାଗ ସଂପର୍କିତ ଜ୍ଞାନକୁ ସାର୍ବଜନୀନ କରିବା ପାଇଁ ମଂଚର ନିର୍ଦ୍ଦେଶକ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶନାରେ ଏକ ଭିଡିଓ ପ୍ରସ୍ତୁତ କରାଯାଇ ୟୁ-ଟ୍ୟୁବରେ ସଂଯୋଗ କରାଯାଇଥିବା ସୂଚନା ମିଳିଛି।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ, ପରିବେଶ Tagged With: ଓଡିଶା, କଟକ, କାର୍ଯ୍ୟକ୍ରମ, ପରିବେଶ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire