• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଲକ୍ ଡାଉନରେ ମନକୁ ଖୁସି ଆଣୁଛି ରେଡ୍ ଶାଢ଼ୀ, ରେଡ୍ ଲିପଷ୍ଟିକ୍

ଲକ୍ ଡାଉନରେ ମନକୁ ଖୁସି ଆଣୁଛି ରେଡ୍ ଶାଢ଼ୀ, ରେଡ୍ ଲିପଷ୍ଟିକ୍

August 9, 2020 By Prativa Ghosh Leave a Comment

ଭୁବନେଶ୍ୱର,ଅଗଷ୍ଟ ୯(ଲୋକାଲ ୱାୟାର): ଚାରିଆଡ଼େ ଏବେ ଆଲୋଚନାରେ କରୋନା । ସମ୍ବାଦପତ୍ର ପୃଷ୍ଠାରେ ଶିରୋନାମା ବି କରୋନା କବଜାରେ ।

ଶନିବାର ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ । ସପ୍ତାହର ଅନ୍ୟ ଦିନମାନଙ୍କରେ ଯଦିବା ଘରୁ ବାହାରି ହେଉଛି, ହେଲେ ଏଥିରେ ବି ଛାତି ଧଡ଼ ଧଡ଼ ।

ସାଙ୍ଗସାଥୀ ଦେଖାଦେଖି, ବାହାରେ ବୁଲାବୁଲି ସବୁ ମନା । ଦୀର୍ଘଦିନ ହେଲାଣି ଆଲମିରାରେ ଟଙ୍କା ହୋଇ ରହିଛି ରଙ୍ଗବେରଙ୍ଗର ଶାଢ଼ୀ । ଆଉ ନାଲି ଲିପଷ୍ଟିକ୍ କଥା ତ ନ କହିବା ଭଲ ।

ଗତ ୪ ମାସ ହେଲାଣି ଲୋକେ ଯେମିତି ଜୀବନ ଜିଇଁବା ଛାଡ଼ି ଦେଇଛନ୍ତି । ବିଶେଷ କରି ମହିଳା ।

ସକାଳୁ ଉଠି ରୋଷେଇ ଘରେ ପଶୁଛନ୍ତି ଯେ ସକାଳୁ ସନ୍ଧ୍ୟା ଯାଏଁ ଭଳିକି ଭଳି ବ୍ୟଞ୍ଜନ ବନାଇବାରେ ଓ ଘର ଲୋକଙ୍କୁ ଖୁସି କରିବାରେ ସବୁ ସରି ଯାଉଛି ।

୪ ମାସର ଏହି ଲକଡାଉନରେ ସେମାନଙ୍କ ରୋଷେଇ ତାଲିକା ଲମ୍ବା ହେଉଛି ସିନା ହେଲେ ବାକି ସବୁ କମିଯାଉଛି ।

ସପ୍ତାହରେ ୩ ଦିନ ମୁଣ୍ଡ କୁଣ୍ଡାଇଲେ ବାକି ଦିନ ସେମିତି ବିତୁଛି ।

ଏସବୁ ପରିସ୍ଥିତିକୁ ଆଖି ଆଗରେ ରଖି ଓ ମହିଳାଙ୍କ ମାନସିକ ସୁସ୍ଥତାକୁ ବିଚାରକୁ ନେଇ ସ୍ୱେଚ୍ଛାସେବୀ ସବିତା ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ରେଡ୍ ଶାଢ଼ୀ, ରେଡ୍ ଲିପଷ୍ଟିକ୍… ।

୧୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ସେଟର ପାଲଟିଲାଣି ।

ମ୍ୟାଜିକ୍ ଅଫ୍ ଶାଢ଼ୀ ନାମକ ଏକ ଆନ୍ତର୍ଜାତିକ ଦଳ ମଧ୍ୟ ଏହି ବିଷୟକୁ ଚଳିତ ମାସର ଥିମ୍ ରଖିଛନ୍ତି ।

ସବିତା ପଟ୍ଟନାୟକ ଏହି ଭିଡିଓର ପରିକଳ୍ପନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଶିକ୍ଷୟିତ୍ରୀ ସୁନିତା ମିଶ୍ର, ଶୁଶ୍ରୁଷାର ସ୍ୱାତୀ ମହାନ୍ତି ଓ ଚିତ୍ରିକା ପଟ୍ଟନାୟକ, ଲେଖିକା ସ୍ୱାଗତିକା ସେଠୀ, ଆପୋଲୋ ଡାକ୍ତରଖାନାର ଦନ୍ତ ଚିକିତ୍ସକ ରଶ୍ମୀ ଆଚାର୍ଯ୍ୟ ଓ ହୋମମେକର୍ ପ୍ରଭା ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି ।

ଏ ବାବଦରେ ସବିତା ପଟ୍ଟନାୟକ କହନ୍ତି କିଛିଦିନ ହେଲାଣି କିଛି ବି ଭଲ ଲାଗୁନି । ଘରୁ ବାହାରି ହେଉନି । ସାଙ୍ଗସାଥୀଙ୍କ ସହ ମିଶି ହେଉନି । ଆଗରୁ ଭାବୁଥିଲି କରୋନା ଯିବ ।

ହେଲେ ଏବେ ଲାଗୁଛି କରୋନା ଆଉ ଯିବନି । ଆମକୁ କରୋନା ସହ ବଞ୍ଚିବାକୁ ହେବ । ଆଉ ବଞ୍ଚିବାକୁ ହେଲେ ଆମକୁ ନିଜକୁ ଖୁସି କରିବାକୁ ହେବ ନିଜକୁ ଉତ୍ସାହିତ କରିବାକୁ ହେବ ।

ସେଥିପାଇଁ ଏମିତି ଏକ ପରିକଳ୍ପନା ମନକୁ ଆସିଲା । ମୁଁ ଏହି ଭିଡିଓ ମାଧ୍ୟମରେ ଆମ ମହିଳାମାନଙ୍କୁ ପୁଣିଥରେ ସେମାନେ ଜିଉଁଥିିବା ଜୀବନକୁ ଫେରାଇ ଆଣିବାକୁ ଚେଷ୍ଟା କଲି ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଶିକ୍ଷୟିତ୍ରୀ ସୁନିତା ମିଶ୍ର କହନ୍ତି ଯେବେ ମୁଁ ସବିତା ପଟ୍ଟନାୟକଙ୍କୁ ଫୋନ୍ ପାଇଲି ଆଉ ସେ ମୋତେ କିଛି ନୂଆ କରିବାକୁ ପ୍ରସ୍ତାବ ଦେଲେ ମୁଁ ଉତ୍ସାହିତ ହୋଇ ପଡ଼ିଲି ।

ଦୀର୍ଘ ଦିନ ଧରି ଆଲମିରାରେ ପଶି ଅଣନିଶ୍ୱାସୀ ହୋଇଥିବା ମୋ ନାଲି ଶାଢ଼ୀକୁ ବାହାର କଲି ଆଉ ରେଡ ଲିପଷ୍ଟିକ୍ ପିନ୍ଧିଲି ।

ଏଇ ୫ ମାସରେ ମୁଁ କରୋନା ପାଇଁ ଦୁଃଖିତ ଅଛି ସତ ହେଲେ ଏ ସମୟକୁ କିପରି ସୃଜନାତ୍ମକ ଢଙ୍ଗରେ ବ୍ୟବହାର କରିବି ସେଥିପାଇଁ ଅନେକ କିଛି କରିଛି । ମୁଁ ଜଣେ ଶିକ୍ଷୟିତ୍ରୀ ।

ତେଣୁ ଲକଡାଉନରେ ପିଲାଙ୍କ ପାଖରେ ରସାୟନବିଜ୍ଞାନ ଭଳି ଏକ ବିଷୟକୁ କିପରି ସହଜରେ ଓ ସୃଜନ ଢଙ୍ଗରେ ପହଞ୍ଚାଇବି ସେଥିପାଇଁ ଅନେକ ପ୍ରକାର ନୂଆ ନୂଆ ଆଇଡିଆ ଆପଣେଇଛି ।

ଏହି ଭିଡିଓରେ ସମସ୍ତେ ଲକଡାଉନ୍ ସମୟର ଅନୁଭୂତି ବଖାଣିବା ସହ ଲକଡାଉନ୍ ସମୟତକକୁ କିପରି ଭଲ ଭାବେ ବ୍ୟବହାର କରୁଛନ୍ତି ସେ ବାବଦରେ କହିଛନ୍ତି ।

ତେବେ ଭିଡିଓ ଶେଷରେ ସାମାଜିକ ଦୂରତା ଓ ଜରୁରି ପରିସ୍ଥିତିରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ଭଳି ବାର୍ତ୍ତା ବି ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire