କଟକ,ଏପ୍ରିଲ ୧୪(ଲୋକାଲ ୱାୟାର): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ଦଶମ ଶ୍ରେଣୀର ୮ଟି ବିଷୟର ପାଠ୍ୟକ୍ରମ ବଦଳ କରାଯାଇଥିବା ବେଳେ ଏହି ନୂତନ ପାଠ୍ୟପୁସ୍ତକ ଲକ ଡାଉନ ଅବଧି ପରେ ଛାତ୍ରଛାତ୍ରୀଙ୍କ ପ୍ରଦାନ କରାଯିବ ବୋଲି ପରିଷଦର ସଭାପତି ରାମାଶୀଷ ହାଜରା ମଙ୍ଗଳବାର ଦିନ କହିଛନ୍ତି।
ଏହି ନୂତନ ପାଠ୍ୟପୁସ୍ତକ ୨୦୨୦ ମାର୍ଚ୍ଚ ୨୪ ତାରିଖ ଠାରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ତେବେ ଲକ ଡାଉନ ଯୋଗୁ ଏହା ସମ୍ଭବ ହୋଇନଥିଲା।
ଅନ୍ୟପକ୍ଷରେ ୨୦୨୦ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ମଧ୍ୟ ଲକ ଡାଉନ ଯୋଗୁ ସ୍ଥଗିତ ରହିଥିବା ବେଳେ ଲକ ଡାଉନ ଅବଧି ପରେ ମୂଲ୍ୟାୟନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାସ କହିଛନ୍ତି।
ଲୋକାଲ ୱାୟାର
Leave a Reply