ବ୍ରହ୍ମପୁର, ଜାନୁଆରୀ ୭ (ଲୋକାଲ ୱାୟାର): ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜର ଜଣେ କନିଷ୍ଠ କିରାଣୀ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି।
ଏହି କିରାଣୀଙ୍କ ନାଁ ଶ୍ରୀକାନ୍ତ ଦାସ ଓ ସେ ଗତକାଲି ସଂଧ୍ୟାରେ ଏକ ମେଡିକାଲ୍ ସାର୍ଟିଫିକେଟ୍ କରିଦେବା ପାଇଁ ଏହି ଲାଞ୍ଚ ନେଉଥିଲେ।
ଲାଞ୍ଚ ନେଉଥିବାବେଳେ ତାଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।
ଶ୍ରୀକାନ୍ତ ଗିରଫ ହେବା ପରେ ତାଙ୍କ ଅଫିସ୍ ଓ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।
ଲୋକାଲ ୱାୟାର
Leave a Reply