ଭୁବନେଶ୍ୱର, ଅଗଷ୍ଟ ୧୮ (ଲୋକାଲ ୱାୟାର) : ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡସ୍ଥିତ ଏସବିଆଇ ଏଟିଏମ୍କୁ ଲୁଟ ଉଦ୍ୟମରେ ଆସି ଦୁର୍ବୃତ୍ତ ପୋଡି ଦେଇଥିବା ମଙ୍ଗଳବାର ସ୍ଥାନୀୟ ପୁଲିସ କହିଛି ।
ପୁଲିସ୍ ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମକୁ ଲୁଟ୍ କରିବା ପାଇଁ ଆସିଥିଲେ ।
ତେବେ ଟଙ୍କା ନେବା ଉଦ୍ୟମ ବିଫଳ ହେବାରୁ ଏଟିଏମ୍ ଜାଳି ଦେଇଥିଲେ ଦୁର୍ବୃତ୍ତ ।

ଯାହାଫଳରେ ଏଟିଏମଟି ପୋଡିଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲା ।
ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଛାଡି ଚାଲିଯାଇଥିବା ବେଳେ ପୁଲିସ୍ ସେଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଲୋକାଲ ୱାୟାର
Leave a Reply