ବାରିପଦା, ଅକ୍ଟୋବର ୩ (ଲୋକାଲ ୱାୟାର): ଲୁହା ଚେଙ୍କ ନେଇ ମୟୂରଭଞ୍ଜ ଜିଲ୍ଲାରେ ୨୭ ଦିନର ଶିଶୁର ମୃତ୍ଯୁ ।
ଚେଙ୍କ ନେଇ ଗୁରୁତର ହୋଇଥିବା ଶିଶୁର ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ଯୁ ହୋଇଛି ।
ବାଦାମପାହାଡ ଥାନା ଅନ୍ତର୍ଗତ ବଡଜାଇଦାନପୋଷି ଗାଁର ମୁନି ମାଝିଙ୍କ ସ୍ତ୍ରୀ ବାଦାମପାହାଡ଼ ଡାକ୍ତରଖାନାରେ ପ୍ରସବ କରିବାର ଦୁଇ ଦିନ ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବାରୁ ଡାକ୍ତରଖାନାରୁ ଛାଡ଼ ପାଇଥିଲେ ।
ତେବେ ଶିଶୁଟି ବାରମ୍ବାର କାନ୍ଦିବାରୁ ପେଟ ଯନ୍ତ୍ରଣା ହେଉଛି ଭାବି ମୁନି ମାଝି ଗାଁର ଜଣେ ମହିଳାଙ୍କ ପରାମର୍ଶ ନେଇଥିଲେ ।
ତାଙ୍କ ପରାମର୍ଶ ଅନୁଯାୟୀ ମୁନି ମାଝି ଓ ତାଙ୍କ ସ୍ତ୍ରୀ ପିଲାଟିକୁ ଲୁହା ଚେଙ୍କ ଦେବାରୁ ଶରୀରରେ ୧୨ଟି ପୋଡ଼ା ଘାଆ ହୋଇ ଯାଇଥିଲା ।
ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାପା, ମା ତାକୁ ବାଦାମପାହାଡ଼ ଡାକ୍ତରଖାନା ନେଇ ଯାଇଥିଲେ । ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ୱେ ଶିଶୁଟିର ମୃତ୍ଯୁ ହୋଇଥିଲା ।
ଲୋକାଲ ୱାୟାର
Leave a Reply