ଭୁବନେଶ୍ୱର, ମାର୍ଚ୍ଚ ୧୯(ଲୋକାଲ ୱାୟାର): ୟୁନିସେଫ୍ ସହାୟତାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶନିବାର ପରିବେଷିତ ହେବ ଆମ ଲୋକକଳା, ଆମ ସଂସ୍କୃତି ।
ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟେକ ମାସରେ ଗୋଟିଏ ଦିନ ଆମ ଲୋକକଳା ପରିବେଷିତ ହୋଇଥାଏ । କୋଭିଡ୍ କଟକଣା ଯୋଗୁ ଏହି କାର୍ଯ୍ୟକ୍ରମ ଗତ ବର୍ଷ ମାର୍ଚ୍ଚରୁ ବନ୍ଦ ଥିଲା । ଏବେ ଗତ ଫେବ୍ରୁଆରୀରୁ ଆରମ୍ଭ ହୋଇଛି ।
ଏହା ଚଳିତ ବର୍ଷର ଦ୍ୱିତୀୟ ମାସିକ କାର୍ଯ୍ୟକ୍ରମ । ସେହି ହିସାବରେ ଏଥିରେ ୩ଟି ସାଂସ୍କୃତିକ ଦଳ ଲୋକକଳା ପରିବେଷଣ କରିବେ ।
ସମ୍ବଲପୁରର ବଜନିଆ, କୋରାପୁଟର ଢେମସା ଓ ବରଗଡ଼ର ଡାଲଖାଇ ପରିବେଷଣ ହେବ ।
ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ସନ୍ଧ୍ୟା ସାଢ଼େ ୬ଟାରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସଂସ୍କୃତି ବିଭାଗ ଲୋକକଳା ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କହିଛନ୍ତି ।
ଲୋକାଲ ୱାୟାର
Leave a Reply