ଭୁବନେଶ୍ୱର, ଜାନୁଆରୀ ୯(ଲୋକାଲ ୱାୟାର): ଶନିବାର ଉତ୍ତର ପୁରୁଷ ଭୁବନେଶ୍ୱରର ସର୍ବପୁରାତନ ନାଟ୍ୟ ସଂସ୍ଥା ଦ୍ୱାରା ନାଟ୍ୟ କର୍ମଶାଳା ରଙ୍ଗଭାରତୀ-୧୩ ଉଦଘାଟିତ ହେବ ।
ଅପରାହ୍ନ ୩ଟାରେ ଏହି ଉଦଘାଟନୀ ଉତ୍ସବ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହେବ ।
ଏହି କର୍ମଶାଳାରେ ୧୫ଜଣ ଯୁବ ନାଟ୍ୟ କର୍ମୀ ଭାଗ ନେଇଛନ୍ତି । ବିଖ୍ୟାତ ନାଟ୍ୟବିତ୍ ତଥା ନିର୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସ କର୍ମଶାଳାର ନିର୍ଦେଶକ ଭାବେ ଯୁବ ନାଟ୍ୟକର୍ମୀମାନଙ୍କୁ ୧୭ଦିନ ବ୍ୟାପୀ ନାଟକର ବିଭିନ୍ନ ବିଭାଗ ବିଷୟରେ ଶିକ୍ଷା ପ୍ରଦାନ କରିବେ ।
ଏତଦ ବ୍ୟତୀତ ଅନ୍ୟ ପ୍ରଶିକ୍ଷିତ ଶିକ୍ଷକମାନେ ମଧ୍ୟ ଶିକ୍ଷାଦାନ କରିବେ ।
ଲୋକାଲ ୱାୟାର
Leave a Reply