ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ କିମ୍ବଦନ୍ତୀ, ଜନଶ୍ରୁତି ଏବଂ ପ୍ରାମାଣିକ ତଥ୍ୟ ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ।
ଏହି ପ୍ରାମାଣିକ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଶିଶୁ ଅନନ୍ତଙ୍କ ଗାଥା’ । ବାଲିପାଟଣା ଶିଶୁ ମଠ ସାହିସ୍ଥିତ ସମାଧୀ ପୀଠ ଠାରେ ପୂଜାର୍ଚ୍ଚନା କରାଯାଇ ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।
ଯୁବ ଉଦୀୟମାନ ନିଦେ୍ର୍ଦଶକ ଶେଖ୍ ଗୁଲଜାର ହୁସେନଙ୍କ ପ୍ରଯୋଜନା ଏବଂ ନିଦେ୍ର୍ଦଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ସୁଲେଖିକା ତନୟା ଦାସ ଗୋସ୍ୱାମୀ ।
ଚଳଚ୍ଚିତ୍ରରେ ହରିଶ ମହାନ୍ତି ସହଯୋଗୀ ନିଦେ୍ର୍ଦଶକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ନିହାରିକା ମହାନ୍ତି ପଟ୍ଟକଥା ଲେଖିଛନ୍ତି ।
ସୁରଜ ପଟ୍ଟନାୟକ ଚିତ୍ର ଉତ୍ତୋଳନ କରିଛନ୍ତି ଏବଂ କଣ୍ଠସ୍ୱର ଦେଇଛନ୍ତି ଅନୁଜ ପଟ୍ଟନାୟକ ।
ଆସନ୍ତା ଡିସେମ୍ବର ୨୯ରେ ଶିଶୁ ଅନନ୍ତଙ୍କ ଜୟନ୍ତୀ ଉତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ସାଂସ୍କୃତିକ ପରିଷଦ ସମ୍ପାଦିକା ତଥା ଲେଖିକା ତନୟା ଦାସ ଗୋସ୍ୱାମୀ କହିଛନ୍ତି । ପୂର୍ବରୁ ଶେଖ୍ ଗୁଲଜାର କିଛି ସିନେମା କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply