ବଲାଙ୍ଗିର,ମାର୍ଚ୍ଚ ୧ (ଲୋକାଲ ୱାୟାର) : ବାରମ୍ବାର ଅଭିଯୋଗ ସ୍ୱତ୍ତେ ପ୍ରଶାସନ ନ ଶୁଣିବା ଅଭିଯୋଗ କରି ବଲାଙ୍ଗିର ସହରରେ ୧୦୦ ବର୍ଷର ଏକ ପୁରୁଣ ପୋଖରୀର କାଦୁଅ ଭିତରକୁ ଓହ୍ଲାଇ ସ୍ଥାନୀୟଲୋକେ ରବିବାର ଏହାର ପୁନଃରୁଦ୍ଧାର ପାଇଁ ଉଦ୍ୟମ କରିଛନ୍ତି ।
ସହରର ସବୁଠାରୁ ପୁରାତନ ପୋଖରୀ ହେଉଛି ନରସିଂହ ପୋଖରୀ । ହେଲେ ଏହା ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ।
ପୋଖରୀ ଭିତରେ ପଙ୍କ ଭରି ରହିଥିବା ବେଳେ ପୋଖରୀ ଚାରିପଟେ ବୁଦା ବାହାରି ପାଣି ଗୋଳିଆ ହୋଇଯାଇଛି ।
ଆଗକୁ ଖରା ଦିନ ଆସୁଥିବାରୁ ସହରବାସୀ ପାଣିର ଅବଶ୍ୟକତା ପୂରଣ କରିବା ପାଇଁ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି ।
ପୋଖରୀର ପୁନଃରୁଦ୍ଧାର ପାଇଁ ପୌରପାଳିକା ପାଖରେ ସ୍ଥାନୀୟଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା ।
ଶେଷରେ ସ୍ଥାନୀୟଲୋକଙ୍କ ସହ ମିଶି ଚିତ୍ରାଗୁପ୍ତ କଲ୍ୟାଣ ସମିତି ସଦସ୍ୟ ଓ ଅନ୍ୟାନ୍ୟ ସଂଗଠନର କାର୍ଯ୍ୟକର୍ତ୍ତା ଏକାଠି ହୋଇ ଆଜି ପୋଖରୀକୁ ସଫା କରିଛନ୍ତି ।
ଏନେଇ କଲ୍ୟାଣ ସମିତିର ସଭାପତି ଶ୍ରୀ ଅସୀମ ପଟ୍ଟନାୟକ କହିଛନ୍ତି ଯେ, ଆମେ ମୁଖ୍ୟ ଘାଟ ସଫା କରିବା ପାଇଁ ପ୍ରୟାସ କରୁଛୁ ।
ହେଲେ ଭବିଷ୍ୟତରେ ଆମେ ସମ୍ପୁର୍ଣ ପୋଖରୀ ସଫା କରିବୁ ।
ଲୋକାଲ ୱାୟାର
Leave a Reply