ପୁରୀ, ଅକ୍ଟୋବର ୨୭ (ଲୋକାଲ ୱାୟାର) : ପୁରୀ ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି ।
ଆଜି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ ।
ହେଲେ କରୋନା କଟକଣା ପାଇଁ ଚଳିତ ଥର ଭକ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ପାରିବେ ନାହିଁ । ଏହା ସହ ହବିଷ୍ୟାଳିଙ୍କୁ ମଧ୍ୟ ଦେଖିବାକୁ ମିଳି ନାହିଁ ।
ସେହିପରି ନଭେମ୍ବର ୨୫ ତାରିଖରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ ତାରିଖରେ ବାଙ୍କଚୁଡ଼ ବେଶ, ୨୭ ରେ ନାଗାର୍ଜୁନ ବେଶ, ୨୮ ତାରିଖରେ ତ୍ରିବିକ୍ରମ ବେଶ, ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ସହ ଶେଷରେ ୩୦ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।
ଅନ୍ୟପଟେ, ଦୀର୍ଘ ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଗତକାଲି ଦଶହରାରେ ଏହି ବେଶ ପାଇଁ ଅନୁକୂଳ କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ହରଚଣ୍ଡୀ ସାହି ଚକ୍ର କୋଟରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହୋଇଥିଲା ।
ଲୋକାଲ ୱାୟାର
Leave a Reply