ଭୁବନେଶ୍ୱର, ଜାନୁଆରୀ ୧୨(ଲୋକାଲ ୱାୟାର):ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଶ୍ରୀଜଗନ୍ନାଥ ମହୋତ୍ସବ ନାମରେ ଯୋଜନାର ଶୁଭାରମ୍ଭ ହୋଇଯାଇଛି ।
ସ୍ଥାନୀୟ ବ୍ଲାଇଣ୍ଡ ଆସୋସିଏସନ୍ ପ୍ରେକ୍ଷାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ଛତିଶା ନିଯୋଗର ସଭାପତି ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଏହି ଯୋଜନାର ଉଦଘାଟନ କରିଥିଲେ ।
ସୋଆର କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଆଡଭୋକେଟ୍ ସୂର୍ଯ୍ୟନାରାୟଣ ଦାସ ଓ ବିଶିଷ୍ଟ ହୋଟେଲ୍ ଶିଳ୍ପପତି ରାଜକିଶୋର ପାତ୍ର ଅତିଥିଭାବେ ଯୋଗ ଦେଇଥିଲେ ।
ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକ ଓ ବିଶିଷ୍ଟ ସମାଜସେବୀ ଉଦ୍ୟୋଗପତି ବିଭୂତିଭୂଷଣ କର ମହାପ୍ରଭୁଙ୍କର ୫ଟି ସହଜ ଶ୍ଳୋକ ଉନ୍ମୋଚିତ ହୋଇଥିଲା ।
ଲୋକାଲ ୱାୟାର
Leave a Reply