ଭୁବନେଶ୍ୱର, ମାର୍ଚ୍ଚ ୭(ଲୋକାଲ ୱାୟାର): ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ୫ମିନିଟ୍ ୧୪ ସେକେଣ୍ଡ୍ର ଏକ ସ୍ୱତନ୍ତ୍ର ଭିଡିଓକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ପ୍ରସ୍ତୁତ କରିଛନ୍ତି ।
ଏହି ଭିଡିଓରେ ଥିବା ‘ଜୟ ଜାଗୃତି, ନାରୀ ଜାଗୃତି ଜୟ…’ ଗୀତକୁ ଉଭୟେ ଶ୍ରୀମୟୀ ମିଶ୍ର ଓ ଶ୍ରୀମତୀ ଧଳ କଣ୍ଠଦାନ କରିଛନ୍ତି ।
ଏହି ଭିଡିଓ ପ୍ରସ୍ତୁତିରେ ବିଶିଷ୍ଟ ପ୍ରସୂତି ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ସାହିତ୍ୟିକା ଡ. ସୁଲୋଚନା ଦାସ, ଆରକ୍ଷୀ ଅଧିକାରୀ ବନିତା ମହାରଣା, ସାମ୍ବାଦିକା ପଲ୍ଲବୀ ହୋତା, ସିନେ ତାରକା, ମିଶନ ଶକ୍ତି ମା’ ମାନେ ଓ କଳାକାରମାନେ ସହଯୋଗ କରିଛନ୍ତି ।
ଏହ ଗୀତକୁ ଗୀତିକାର ଚନ୍ଦ୍ରଭାନୁ କର ସ୍ୱର ଦେଇଥିବା ବେଳେ ଭିଡିଓରେ ନୃତ୍ୟ ସଂଯୋଜନା ଗୁରୁ ଗୌରୀଶଙ୍କର ଓ ଚିତ୍ର ଉତ୍ତୋଳନ ଗୋପାଳକୃଷ୍ଣ ସାହୁ ଏବଂ ନିଦେ୍ର୍ଦଶନା ଅମ୍ବିକା ପ୍ରସାଦ ମହାନ୍ତି ଦେଇଛନ୍ତି ।
ସମାଜରେ ନାରୀମାନେ ଆଗକୁ ଆସିବା ପାଇଁ ଶ୍ରୀମୟୀ ମିଶ୍ର ଏବଂ ଜୟଶ୍ରୀ ଧଳଙ୍କ ଏହି ପଦକ୍ଷେପ ନିଶ୍ଚିତ ସ୍ୱାଗତ ଯୋଗ୍ୟ ।
ଲୋକାଲ ୱାୟାର
Leave a Reply